ଧୋନିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟସ୍ପର୍ଶୀ ଚିଠି, କହିଲେ | pm modi writes letter to ms dhoni

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ଏଥିରେ କିଛି ଜଣାଶୁଣା ବ୍ୟକ୍ତି ଧୋନିଙ୍କ କ୍ୟାରିୟରକୁ ନେଇ ଖୁବ୍ ପ୍ରଶଂସା କରିଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଚିଠି ଲେଖି ଧୋନିଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି। ଧୋନି ମଧ୍ୟ ଟ୍ୱିଟରରେ ପିଏମ୍ ମୋଦିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଧୋନିଙ୍କ ସ୍ୱର୍ଣ୍ଣିମ କ୍ୟାରିୟର ପାଇଁ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶକୁ ଅନେକ ଐତିହାସିକ ବିଜୟ ଭେଟି ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦୁଇ ପୃଷ୍ଠାର ଚିଠି ଲେଖି ଧୋନିଙ୍କ ଶାନ୍ତସ୍ୱଭାବକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଧୋନି ସର୍ବଦା ଦେଶର ଯୁବପିଢିଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ଚିଠିରେ ମୋଦି ଧୋନିଙ୍କ ସବୁ ଉପଲବ୍ଧିକୁ ବର୍ଣ୍ଣନା କରିଛନ୍ତି।

ମୋଦିଙ୍କ ଚିଠି: ପ୍ରିୟ ମହେନ୍ଦ୍ର, ୧୫ ଅଗଷ୍ଟ ଦିନ ଆପଣ ସମସ୍ତଙ୍କୁ ଚକିତ କଲା ଭଳି ନିଜ ଷ୍ଟାଇଲରେ ଏକ ଛୋଟିଆ ଭିଡିଓ ପୋଷ୍ଟ କରି ରିଟାୟରମେଣ୍ଟର ଘୋଷଣା କଲେ। ଯାହା ପରେ ପୂରା ଦେଶ ପାଇଁ ଏହା ଚର୍ଚ୍ଚାର ବିଷୟ ହେବା ପାଇଁ ଯଥେଷ୍ଟ ଥିଲା। ଆପଣଙ୍କ ଏହି ନିଷ୍ପତ୍ତିରେ ୧୩୦ କୋଟି ଲୋକେ ନିରାଶ ହୋଇଛନ୍ତି ସତ, କିନ୍ତୁ ଗତ ଦେଢ଼ ଦଶନ୍ଧି ଧରି ଆପଣ ଦେଶ ପାଇଁ ଯାହା କରିଛନ୍ତି, ସେଥିପାଇଁ ସେମାନେ ଆପଣଙ୍କ ଉପରେ ସର୍ବଦା ଋଣି ହୋଇ ରହିବେ। ଆପଣଙ୍କ କ୍ୟାରିୟରକୁ ଦେଖିଲେ ଜଣେ ସବୁକିଛି ଜଣାପଡ଼େ। ଆପଣ ଭାରତର ସବୁଠାରୁ ସଫଳ କ୍ୟାପଟେନଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି ଏବଂ ଦେଶକୁ ଶୀର୍ଷରେ ପହଞ୍ଚାଇଛନ୍ତି। କ୍ରିକେଟ୍ ଇତିହାସରେ ଆପଣଙ୍କ ନାଁ ମହାନ୍ ବ୍ୟାଟ୍ସମ୍ୟାନ୍, କ୍ୟାପଟେନ୍ ସହ ସର୍ବଶ୍ରେଷ୍ଠ ୱିକେଟକିପରଙ୍କ ମଧ୍ୟରେ ସାମିଲ୍ ହୋଇଛି।

କଠିନ ପରିସ୍ଥିତିରେ ଟିମ୍ ଆପଣଙ୍କ ଉପରେ ନିର୍ଭର କରୁଥିଲା ଏବଂ ଆପଣଙ୍କ ଫିନିଶିଂ ଷ୍ଟାଇଲ୍ ସର୍ବଦା ପ୍ରଶଂସକଙ୍କୁ ମନେ ରହିବ, ବିଶେଷକରି ୨୦୧୧ ୱାର୍ଲ୍ଡ କପରେ ଆପଣ ଯେଉଁଭଳି ଭାବେ ଦେଶକୁ ଜିତାଇଲେ। କିନ୍ତୁ ମହେନ୍ଦ୍ର ସିଂହ ଧୋନିଙ୍କ ନାମ କେବଳ ଷ୍ଟାଟିଷ୍ଟିକ୍ସ ପାଇଁ କିମ୍ବା ବିଜୟ ପାଇଁ ମନେ ରଖାଯିବ ନାହିଁ। ଏହାଛଡ଼ା ଆପଣଙ୍କୁ ଜଣେ ଖେଳାଳି ଭାବେ ଦେଖିବା ଆପଣଙ୍କ ସହ ଅନ୍ୟାୟ ହେବ। ମୋ ମତରେ ଆପଣ ଏକ ଅଲଗା ‘ଯୁଗ’ ଥିଲେ।

ଆପଣ ଏକ ଛୋଟିଆ ସହରରୁ ଆସି ଦେଶର ଏକ ନୂଆ ପରିଚୟ ହୋଇଥିଲେ। ଆପଣ ଦେଶକୁ ଗୌରବାନ୍ୱିତ କରିବାକୁ ବହୁ ମୁହୂର୍ତ୍ତ ଦେଇଛନ୍ତି। ଆପଣ ପ୍ରମାଣିତ କରିଛନ୍ତି ଯେ କୌଣସି ବଡ଼ ସ୍କୁଲ୍, ୟୁନିଭର୍ସିଟିରେ ପାଠ ନପଢ଼ି ଏକ ଛୋଟ ସହରରୁ ଆସିକି ବି ଜଣେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ। ଆପଣ ନୂଆ ଭାରତର ପରିଚୟ ହୋଇଛନ୍ତି, ଯେଉଁଠାରେ ଜଣେ ଯୁବକର ଭାଗ୍ୟ ବଡ଼ ପରିବାରର ନିର୍ଣ୍ଣୟ କରେ ନାହିଁ ବରଂ ଏହା ବଦଳରେ ଖୋଦ୍ ନିଜେ ନିଜ ନାଁ ଏବଂ ଭାଗ୍ୟ ଲେଖିଥାଏ। ଆମେ କେଉଁଠୁ ଆସୁଛୁ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମେ କେଉଁଠାକୁ ଯିବୁ, ତାହା ମହତ୍ତ୍ୱପୂର୍ଣ୍ଣ।

ମଇଦାନରେ ଆପଣ ଅନେକ ସ୍ମରଣୀୟ ମୂହୂର୍ତ୍ତ ଦେଇଛନ୍ତି, ଯାହାଦ୍ୱାରା ଭାରତର ପରବର୍ତ୍ତୀ ପିଢି ଏଥିରୁ ନିଶ୍ଚୟ ପ୍ରେରିତ ହେବେ। ଆଜିର ପିଢି ରିସ୍କ ନେବାକୁ ଆଦୌ ଭୟ କରୁନାହାନ୍ତି। ସେମାନେ କଠିନ ସମୟରେ ପରସ୍ପରର ପ୍ରତିଭା ଉପରେ ଭରସା ଦେଖାଉଛନ୍ତି। ୨୦୦୭ ଟି-୨୦ ୱାର୍ଲ୍ଡ କପ୍ ଫାଇନାଲରେ ଆପଣ ଯାହା କରିଛନ୍ତି, ତାହା ସମସ୍ତଙ୍କ ପାଇଁ ବଡ଼ ଉଦାହରଣ। ଯେଉଁମାନେ ଆପଣଙ୍କ ଇନିଂସକୁ ଦେଖିଛନ୍ତି, ସେମାନେ ଏବେ ଚାପର ସ୍ଥିତିକୁ ସାମ୍ନା କରିବାକୁ ଆଦୌ ଭୟ କରୁନାହାନ୍ତି।

ଆପଣଙ୍କ ହେୟାରଷ୍ଟାଇଲ୍ ଯାହା ବି ହେଉ, ପ୍ରତିଟି ବିଜୟ ଓ ପରାଜୟରେ ଆପଣଙ୍କ ମନ ଶାନ୍ତ ରହିଥାଏ, ଯାହା ବର୍ତ୍ତମାନ ଯୁବକଙ୍କ ପାଇଁ ନିହାତି ଦରକାର। ଭାରତୀୟ ସେନା ସହ ଆପଣଙ୍କର ଥିବା ଖାସ୍ ସମ୍ପର୍କ ବିଷୟରେ କିଛି କହିବାକୁ ଚାହୁଁଛି। ଆପଣ ସର୍ବଦା ଆମ ଯବାନମାନଙ୍କ ସହ ସର୍ବଦା ଖୁସି ଥିବା ଦେଖିବାକୁ ମିଳିଛି ଏବଂ ସେମାନଙ୍କ ପ୍ରତି ଆପଣଙ୍କ ଆଚରଣ ସର୍ବଦା ଉଚ୍ଚକୋଟୀର ରହିଛି।

ମୋଦି ଶେଷରେ ଲେଖିଛନ୍ତି, ମୋର ବିଶ୍ୱାସ ଯେ ସାକ୍ଷୀ ଓ ଜିଭାଙ୍କ ସହ ଆପଣ ଏବେ ଅଧିକ ସମୟ ବିତାଇବେ। ମୁଁ ସେମାନଙ୍କୁ ମଧ୍ୟ ମୋର ଶୁଭକାମନା ଜଣାଉଛି, କାରଣ ସେମାନଙ୍କ ତ୍ୟାଗ ଏବଂ ସମର୍ଥନ ବିନା କିଛି ବି ସମ୍ଭବ ହୋଇପାରି ନଥାନ୍ତା। କିପରି ବ୍ୟକ୍ତିଗତ ଜୀବନ ଏବଂ ପେସାଦାର ଜୀବନକୁ ସନ୍ତୁଳନ କରାଯାଇପାରିବ, ତାହା ବର୍ତ୍ତମାନର ଯୁବପିଢି ଆପଣଙ୍କଠାରୁ ଶିଖିବାକୁ ପାଇବେ। ଆପଣଙ୍କ ଗୋଟିଏ ଫଟୋ ଆଜି ବି ମୋର ମନେ ଅଛି, ଯେଉଁଥିରେ ପୂରା ଟିମ୍ ବିଜୟ ଉତ୍ସବ ମନାଇବାରେ ବ୍ୟସ୍ତ ଥିଲା ବେଳେ ଆପଣ ନିଜ ଝିଅ ସହ ଖେଳୁଥିଲେ। ଆପଣଙ୍କ ନୂଆ ଯାତ୍ରା ପାଇଁ ବଧେଇ ଓ ଶୁଭକାମନା।

ଆହୁରି ପଢ଼ନ୍ତୁ

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

You might also like