IPL 2020: ପଏଣ୍ଟ ଟେବୁଲ୍‌ରେ କେଉଁ ସ୍ଥାନରେ ଅଛି ଆପଣଙ୍କ ପସନ୍ଦର ଟିମ୍,‌ ଜାଣନ୍ତୁ

ନୂଆଦିଲ୍ଲୀ:ଆଇପିଏଲର ଏକ ରୋମାଞ୍ଚକର ମ୍ୟାଚରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ହରାଇ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । ଏହା ସହ ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଛି ୩ ଥରର ବିଜେତା ଚେନ୍ନାଇ। ଗତକାଲି ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଏକତରଫା ଭାବେ ୧୦ ଓ୍ୱିକେଟରେ ପଞ୍ଜାବକୁ ପରାସ୍ତ କରିଛି।

ସେନ୍ ଓ୍ୱାଟସନ୍ ୫୩ ବଲରୁ ଅପରାଜିତ ୮୩ ରନ୍ କରିଥିଲେ । ଫାପ୍ ଡୁ ପ୍ଲେସିସ୍ ୫୩ ବଲ୍ ରେ ଅପରାଜିତ ୮୭ ରନ୍ କରି ଚେନ୍ନାଇର ସ୍ଥିତିକୁ ମଜଭୂତ କରିଥିଲେ । ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିବା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ୪ ଓ୍ୱିକେଟ୍ ବିନିମୟରେ ୧୭୮ ରନ୍ କରିଥିଲା।

ସେହିଭଳି ଅନ୍ୟ ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୩୪ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ଦଖଲ କରିଛି । ମୁମ୍ବାଇ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍ ଖେଳି ୩ଟିରେ ବିଜୟୀ ହୋଇଛି।

ଆଜି ଦୁବାଇରେ ଚଳିତ ସିଜିନର ୧୯ ତମ ମ୍ୟାଚରେ ସାମ୍ନାସାମ୍ନି ହେବେ ରୟାଲ ଚ୍ୟାଲେଞ୍ଜର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ।  ତେବେ ଆଇପିଏଲର ୧୫ ଦିନ ଇତି ମଧ୍ୟରେ ବିତି ଯାଇଛି। ଏହା ଭିତରେ ଆଇପିଏଲ-୨୦୨୦ ଅଙ୍କ ତାଲିକାରେ ପରିବର୍ତ୍ତନ ଆସିଛି। ଆସନ୍ତୁ ଦେଖିବା ପଏଣ୍ଟ ଟେବୁଲ୍‌ରେ କେଉଁ ଦଳର ସ୍ଥିତି କ‘ଣ ?

ହାଇଦ୍ରାବାଦଠାରୁ ଜିତିବା ପରେ ମୁମ୍ବଇ ଇଣ୍ଡିଆନ୍ସ ୫ଟି ମ୍ୟାଚ୍‌ରୁ ୩ଟି ମ୍ୟାଚ ଜିତିଲା। ମୁମ୍ବଇ ୬ ପଏଣ୍ଟ ଏବଂ +୧.୨୧୪ ନେଟ୍‌ ରନ୍‌ ରେଟ୍‌ ସହ ପଏଣ୍ଟ ଟେବୁଲର ଉପରେ ରହିଛି। ସେହିପରି କିଙ୍ଗସ୍‌ ଇଲେଭେନ ପଞ୍ଜାବଙ୍କୁ ହରାଇବା ପରେ ଚେନ୍ନାଇ ସୁପର କିଙ୍ଗସ୍‌ ୫ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ରେ ଜିତି ଟେବୁଲ୍‌ର ୬ଷ୍ଠ ସ୍ଥାନରେ ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ ୪ଟି ମ୍ୟାଚରୁ ୩ଟି ମ୍ୟାଚ୍‌ ଜିତି +୦.୫୮୮ ନେଟ ରନ୍‌ ରେଟ୍‌ ସହ ଟେବୁଲ୍‌ର ୨ୟ ସ୍ଥାନରେ ରହିଛି। ସେହିପରି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୪ଟି ମ୍ୟାଚ୍‌ରୁ ୩ଟି ମ୍ୟାଚ୍‌ ଜିତି ନେଟ ରନ୍‌ ରେଟ୍‌ -୦.୯୫୪ ସହ ତୃତୀୟ ସ୍ଥାନରେ ରହିଛି।

ମୁମ୍ବାଇଠାରୁ ହାରିବା ପରେ ହାଇଦ୍ରାବଦ୍‌ ପଏଣ୍ଟ ଟେବୁଲ୍‌ର ୭ମ ସ୍ଥାନରେ ଏବଂ ଚେନ୍ନାଇଠାରୁ ହାରିବା ପରେ ପଞ୍ଜାବ ୮ମ ସ୍ଥାନକୁ ଖସିଛି। ସନ୍‌ ରାଇଜର୍ସ ହାଇଦ୍ରାବଦ୍‌ ଟୁର୍ଣ୍ଣମେଣ୍ଟରେ ବର୍ତ୍ତମାନସୁଦ୍ଧା ୫ ମ୍ୟାଚରୁ ମାତ୍ର ୨ଟି ମ୍ୟାଚ୍‌ରେ ଜିତିଛି। ଟିମ୍‌ର ପଏଣ୍ଟ ୪ ଏବଂ ନେଟ ରନ୍‌ ରେଟ୍‌-୦.୪୧୭ ରହିଛି। ପଞ୍ଜାମ ୫ଟି ମ୍ୟାଚ୍‌ରୁ ମାତ୍ର ଗୋଟିଏ ମ୍ୟାଚ୍‌ ଜିତିଛି। ପଞ୍ଜାବର ପଏଣ୍ଟ ୨ ଏବଂ ରନ୍‌ରେଟ +୦.୧୭୮ ରହିଛି।

IPL-2020ର ଅଙ୍କ ତାଲିକାରେ ବର୍ତ୍ତମାନ ସୁଦ୍ଧା ଚତୁର୍ଥ ସ୍ଥାନରେ କୋଲକାତା ନାଇଟ ରାଇଡର୍ସ। ୪ଟି ମ୍ୟାଚ୍‌ରୁ ୨ଟି ମ୍ୟାଚ୍‌ ଜିତିଛି କୋଲକାତା ନାଇଟ ରାଇଡର୍ସ(kolkata knight riders)। ୪ଟି ମ୍ୟାଚରୁ ୨ଟି ମ୍ୟାଚ ଜିତି ୫ମ ସ୍ଥାନରେ ରହିଛି ରାଜସ୍ଥାନ ରୟାଲର୍ସ। କୋଲକାତା ଏବଂ ରାଜସ୍ଥାନ ଉଭୟେ ୪-୪ ପଏଣ୍ଟ ପାଇଛନ୍ତି। ତେବେ କୋଲକାତା ରନ୍‌ ରେଟ -୦.୧୨୧ ଥିବାବେଳେ ରାଜସ୍ଥାନର ରନ୍‌ରେଟ -୦.୩୧୭ ରହିଛି।

 

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like