ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

ଲାହୋର:ପାକିସ୍ତାନର ଦ୍ରୁତ ବୋଲର ଉମର ଗୁଲ୍‌ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ୩୬ ବର୍ଷ ବୟସ୍କ ଏହି ଖେଳାଳି ପାକିସ୍ତାନ ପାଇଁ ୪୭ଟି ଟେଷ୍ଟ, ୧୩୦ ୱାନ ଡେ ଏବଂ ୬୦ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ନାଶନାଲ ଟି-୨୦ ମ୍ୟାଚରେ ବେଲୁଚିସ୍ଥାନ ପାଖରୁ ହାରିବା ପରେ ସେ କ୍ରିକେଟରୁ ଅବସର ନେବା ଘୋଷଣା କରିଛନ୍ତି। ଶୁକ୍ରବାର ତାଙ୍କ ଟିମ୍‌ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ପେଶୱାରରେ ରହୁଥିବା ଉମର ଗୁଲ ୨୦୦୩ରେ ପାକିସ୍ତାନ କ୍ରିକେଟ ଟିମ୍‌ରେ ୱାନ୍‌ ଡେ ପାଇଁ ଡେବ୍ୟୁ କରିଥିଲେ।

ପାଖାପାଖି ୨୦ ବର୍ଷ ଧରି କ୍ରିକେଟ ପଡିଆରେ ଦେଖିବାକୁ ମିଳୁଥିବା ଗୁଲ୍‌ ସନ୍ୟାସ ନେବା କଥା ଘୋଷଣା କରିବା ପରେ ଭାବବିହ୍ୱଳ ହୋଇ ଯାଇଥିଲେ। ପରିବାରର ସଦସ୍ୟ, କୋଚ୍‌ଙ୍କୁ ଧନ୍ୟବାଦ ଦେବା ପରେ କାନ୍ଦି ପକାଇଥିଲେ ଗୁଲ୍‌। ଏହି ଅବସରରେ ପାକିସ୍ତାନ ପାଇଁ ଖେଳିବାକୁ ସୁଯୋଗ ଦେଇଥିବା ପାକ୍‌ କ୍ରିକେଟ ଟିମ୍‌କୁ ଧନ୍ୟବାଦ ଦେଇଥିଲେ।

ଗୁଲ୍‌ Yorker ପକାଇବାରେ ମାହିର ଥିଲେ। ବଡ ବଡ ବ୍ୟାଟ୍ସମ୍ୟାନ ମ ବି ତାଙ୍କ ବଲ୍‌ ପାଖରେ ହାର ମାନି ଯାଉଥିଲେ।  ଗୁଲ୍‌ଙ୍କ ବଲ ଦିନେ ଯୁବରାଜଙ୍କ ନିଦ ହଜାଇ ଦେଇଥିଲା। ଟେଷ୍ଟ, ୱାନ୍‌ଡେ ଏବଂ ଟି-୨୦କୁ ମିଶାଇ ମୋଟ ୨୨ ମ୍ୟାଚ୍‌ରେ ଉଭୟ ସାମ୍ନାସାମ୍ନି ହୋଇଥିଲେ ଏବଂ ଯୁବରାଜଙ୍କୁ ୬ ଥର ଆଉଟ କରିଥିଲେ ଗୁଲ୍‌।

 

ଆହୁରି ପଢ଼ନ୍ତୁ

ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ….

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

You might also like