କରୋନାରେ ପୂର୍ବତନ ପାକ୍‌ କ୍ରିକେଟରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନର ପ୍ରଥମଶ୍ରେଣୀର ପୂର୍ବତନ କ୍ରିକେଟର ଜାଫର ସରଫରାଜଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଛି। ଜାଫର କୋଭିଡ-୧୯ ନମୁନା ପଜେଟିଭ ଆସିଥିଲା। ୫୦ ବର୍ଷ ବୟସ୍କ ସରଫରାଜ ଭେଣ୍ଟିଲେଟରରେ ଥିଲେ। ତାଙ୍କୁ ତିନି ଦିନ ତଳେ ପେଶବାର ର ଏକ ଘରୋଇ କ୍ଲିନିକ୍‌ରେ ଆଇସିୟୁରେ ରଖାଯାଇଥିଲା।

୧୯୮୮ରେ  ସର୍ଫରାଜ କ୍ରିକେଟରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେ ଜଣେ ବାମହାତୀ ମଧ୍ୟମକ୍ରମ ବ୍ୟାଟ୍‌ସମ୍ୟାନ ଭାବେ ୬ଟି ଅନ୍ତରାଷ୍ଟ୍ରିୟ ୱାନ୍‌ଡେ ମ୍ୟାଚ୍‌ରେ ୯୬ ରନ୍‌ ସଂଗ୍ରହ କରିଥିଲେ। ୧୯୯୪ରେ ସେ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ସନ୍ନ୍ୟାସ ନେବାପରେ ସେ ପେଶାୱରର ସିନିଅର ଓ ଅଣ୍ଡର ୧୬ ଟିମକୁ କୋଚିଂ ଦେଉଥିଲେ।

ପାକିସ୍ତାନରେ କରୋନା ଭାଇରସ ମହାମାରୀରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଲାଣି। ୫୫୦୦ ଲୋକ ଏଠାରେ କେଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି।

 

 

You might also like