ହୃଦ୍‌ଘାତରେ ପାକିସ୍ତାନ ମାଷ୍ଟର ଲେଗ୍ ସ୍ପିନର ଅବଦୁଲ କାଦିରଙ୍କ ମୃତ୍ୟୁ

ଲାହୋର: ପାକିସ୍ତାନର ପୂର୍ବତନ ମାଷ୍ଟର ଲେଗ୍ ସ୍ପିନର ଅବଦୁଲ କାଦିର ଆଉ ନାହାନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ସେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି। ୬୩ ବର୍ଷୀୟ କାଦିରଙ୍କ ପତ୍ନୀ, ୪ ପୁଅ ଓ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କର ଏକମାତ୍ର ଝିଅଙ୍କୁ ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ ଉମର ଅକମଲ ବିବାହ କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ଲାହୋର ସ୍ଥିତ ବାସଭବନରେ କାଦିର ଶୋଇଥିଲେ। ହେଲେ ହଠାତ୍‌ ତାଙ୍କର ହୃଦଘାତ ହୋଇଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପାକିସ୍ତାନ ପକ୍ଷରୁ ୬୭ଟି ଟେଷ୍ଟ ଓ ୧୦୪ଟି ଦିନିକିଆ ଖେଳିଥିବା କାଦିର ମୋଟ ୩୬୮ଟି ୱିକେଟ ନେଇଥିଲେ। ୧୫ ସେପ୍ଟେମ୍ବରରେ ସେ ତାଙ୍କର ୬୪ତମ ଜନ୍ମଦିନ ପାଳନ କରିଥାଆନ୍ତେ। ହେଲେ ଏହା ପୂର୍ବରୁ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ସର୍ବଦା ପାକିସ୍ତାନ କ୍ରିକେଟ ବୋର୍ଡର ପଲିସିକୁ ବିରୋଧ କରୁଥିବା କାଦିର ୨୦୦୯ରେ ଦେଶର ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ଦ୍ୱାରା ଚୟନ ହୋଇଥିବା ପାକିସ୍ତାନ ଟିମ୍‌ ଇଂଲଣ୍ଡରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ ଜିତିଥିଲା।

କାଦିରଙ୍କ ବିୟୋଗରେ କ୍ରିକେଟର ‘ଭଗବାନ’ ସଚିନ ତେନ୍ଦୁଲକର, ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ୱାଜିର-ଏ- ଆଜମ(ପାକ୍ ପ୍ରଧାନମନ୍ତ୍ରୀ) ଇମ୍ରାନ ଖାନ୍, ୱାସିମ ଆକ୍ରମ, ସଞ୍ଜୟ ମଞ୍ଜରେକର, ହର୍ଷ ଭୋଗଲେ, ସୋଏବ ଅଖତର, ମହମ୍ମଦ ଆମୀର, ବାବର ଆଜମ, ମହମ୍ମଦ ହାଫିଜ, ଶଦାବ ଖାନ, ଜାଭେଦ ମିଆଁଦାଦ, ଡ୍ୟାନିସ କାନେରିଆ, ବସିତ ଅଲୀ, ମହମ୍ମଦ ୟୁସୁଫ, ରସିଦ ଲତିଫ ଓ ଇକବାଲ କ୍ୱାସିମ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସଚିନ ଟ୍ୱିଟ କରି କାଦିରଙ୍କ ଗୋଟିଏ ଫଟୋ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “କାଦିରଙ୍କ ସହ ଖେଳିବା ବେଳର କଥା ମନେପଡ଼ୁଛି। ସେତେବେଳେ କାଦିର ହିଁ ବେଷ୍ଟ ସ୍ପିନର ଥିଲେ। ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରୁଛି।”

କାଦିରଙ୍କ ୪ ପୁଅ ରେହମାନ, ଇମ୍ରାନ, ସୁଲେମାନ ଓ ଉସମାନ ପାକିସ୍ତାନରେ ପ୍ରଥମ ଶ୍ରେଶୀ କ୍ରିକେଟ ଖେଳୁଛନ୍ତି। ତାଙ୍କ ସାନ ପୁଅ ଉସମାନ ଜଣେ ଲେଗ ସ୍ପିନର। ନିକଟରେ ତାଙ୍କୁ ବିଗ-ବାଶ ଟି-୨୦ରେ ଖେଳୁଥିବା ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like