ଋଷିଙ୍କ ଦେହାନ୍ତରେ ମର୍ମାହତ ପାକ୍ କ୍ରିକେଟର୍ : ୱକାର କହିଲେ, ହୃଦୟ ଭାଙ୍ଗିଗଲା

ମୁମ୍ବାଇ: ବିଶିଷ୍ଟ ଅଭିନେତା ଋଷି କପୁରଙ୍କର ୬୭ ବର୍ଷରେ ପରଲୋକ ହୋଇଛି। ମୁମ୍ବାଇର ଚନ୍ଦନୱାଡ଼ି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ବୁଧବାର ରାତିରେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ୮.୪୫ରେ ତାଙ୍କର ପରଲୋକ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ବଲିଉଡ୍‌କୁ ଅଲ୍‌ବିଦା କହିଥିଲେ ଭର୍ଷାଟାଇଲ୍‌ ଆକ୍ଟର ଇର୍‌ଫାନ ଖାନ୍। ଅନ୍ତଃନଳୀରେ ସମସ୍ୟା ଯୋଗୁ ମୁମ୍ବାଇର କୋକିଲାବେନ୍‌ ହସ୍‌ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଥିଲା। ଦୁଇ ଦୁଇ ଜଣ ଷ୍ଟାର୍‌ ବଲିଉଡ୍‌କୁ ଅଲ୍‌ବିଦା କହିବା ପରେ ନିରବୀ ଯାଇଛି ଭାରତୀୟ ସିନେ ଜଗତ।

ଆଜି ଋଷିଙ୍କ ପରଲୋକ ଖବର ଆସିବା ପରେ କ୍ରିକେଟ୍‌ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। କେବଳ ଭାରତୀୟ କ୍ରିକେଟର୍‌ ନୁହେଁ, ପାକିସ୍ତାନ ସମେତ ଅନ୍ୟ ବିଦେଶୀ କ୍ରିକେଟର୍‌ମାନେ ମଧ୍ୟ ସୋସିଆଲ୍‌ ମିଡିଆରେ ଋଷିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଋଷିଙ୍କ ଦେହାନ୍ତରେ ପାକିସ୍ତାନର ଲୋକପ୍ରିୟ କ୍ରିକେଟର୍‌ ଶୋଏବ୍‌ ଅଖତର, ୱକାର ୟୁନୁସ୍‌ ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।
ସେଏବ୍‌ ଟ୍ୱିଟ୍‌ କରି ଲେଖିଛନ୍ତି ଜିନ୍ଦଗୀ ଦର୍ଦ ଭି ହୈ, ୟହ ଜିନ୍ଦଗୀ ହେ ଦୱା ଭି। ଦିଲ୍‌ ତୋଡ୍‌ନା ହୀ ନା ଜାନେ, ଜାନେ ୟହ ଦିଲ୍‌ ଯୋଡ଼ନା ଭ॥ ଋଷି କପୁରଙ୍କ ଦେହାନ୍ତ ଖବର ଶୁଣି ବହୁତ ଦୁଃଖ ଲାଗିଲା। ତାଙ୍କ ପରେ ଏକ ଯୁଗର ଅନ୍ତ ହୋଇଛି। ମୁଁ ତାଙ୍କର ଏକ ବଡ଼ ପ୍ରଶଂସକ। ରିଷିଙ୍କ ପରିବାର ପ୍ରତି ମୋର ଅନେକ ଭଲପାଇବା

ୱକାର ୟୁନୁସ୍‌ ମଧ୍ୟ ଋଷିଙ୍କ ଦେହାନ୍ତରେ ଶୋକପ୍ରକାଶ କରି ଟ୍ୱିଟ୍‌ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, “ ହୃଦୟ ଭାଙ୍ଗିଗଲା। ବିଶ୍ୱ ସିନେମା ପାଇଁ ଏହା ବହୁତ ଭୟାବହ ସପ୍ତାହ। ଆପଣଙ୍କ ଦେହାନ୍ତ ପରେ ଏକ ଯୁଗର ଅନ୍ତ ହୋଇଗଲା। ଆପଣ ସବୁବେଳେ ଆମ ହୃଦୟରେ ରହିବେ। କପୁର ପରିବାରକୁ ସମବେଦନା ଜଣାଉଛି।

ସେହିଭଳି ପାକିସ୍ତାନର୍‌ ପୂର୍ବତନ ବିଶିଷ୍ଟ ବ୍ୟାଟ୍ସମ୍ୟାନ୍‌  ଜାଭେଦ୍ ମିୟାଁଦାଦ୍‌ ଟ୍ୱିଟ୍‌ କରି ଲେଖିଛନ୍ତି “ଋଷି କପୁରଙ୍କ ଦେହାନ୍ତ ଖବର ଶୁଣି ବହୁତ ଦୁଃଖ ଲାଗିଲା। କାଲି ଇର୍‌ଫାନ୍‌ ଓ ଆଜି..ଋଷି କପୁର ପରିବାର ଭାରତ ସିନା ଚାଲିଗଲେ କିନ୍ତୁ ତାଙ୍କର ହୃଦୟ ସବୁବେଳେ ପାକିସ୍ତାନ ସହିତ ରହିଥିଲା। ଋଷି କପୁର ସବୁବେଳେ ମାନବିକତାର କଥା କହୁଥଲେ।”

ଏହି କହି ରଖୁଛୁ ଯେ ଋଷି କପୁରଙ୍କ ବାପା ରାଜ କପୁରଙ୍କ ଜନ୍ମ ୧୪ ଡିସେମ୍ବର ୧୯୨୪ରେ ଅବିଭକ୍ତ ବର୍ତ୍ତମାନ ପାକିସ୍ତାନର ପେଶାୱାର୍‌ରେ ହୋଇଥିଲା। ୧୯୪୭ରେ ଦେଶ ବିଭାଜନ ବେଳେ କପୁର ପରିବାର ସେଠାରୁ ଭାରତକୁ ଚାଲିଆସିଥିଲେ।

ତେବେ ପାକିସ୍ତାନ କ୍ରିକେଟର୍‌ ସହିତ ଶ୍ରୀଲଙ୍କାର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଋଷିଙ୍କ କପୁରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ସହିତ ଶ୍ରୀଲଙ୍କା ଅଲ୍‌ରାଉଣ୍ଡର୍‌ ଥିସାରା ପରେରା ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ବାଙ୍ଗାଲୋରଠାରୁ କାହିଁକି ହାରିଲା ନାଇଟ ରାଇଡର୍ସ ? ଜାଣନ୍ତୁ ଖାସ୍‌ କାରଣ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

You might also like