ଆଖି ବୁଜିଲେ ଆନ୍ତର୍ଜାତିକ କ୍ରିକେଟର

ନୂଆଦିଲ୍ଲୀ: ଆଫଗାନସ୍ଥାନ ଓପନର୍‌ ନଜୀବ ତାରକାଇ (Najeebullah Tarakai)ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। କିଛି ଦିନ ତଳେ ନଜୀବ କାର ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିଲା। ସେ କାରରେ ରାସ୍ତା ପାର ହେଉଥିବାବେଳେ ଅନ୍ୟ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଆଫଗାନ କ୍ରିକେଟ ବୋର୍ଡ ସୋଶାଲ ମିଡିଆ ଜରିଆରେ ଏହି ସୂଚନା ଦେଇଛି।

୨୯ ବର୍ଷୀୟ ନଜୀବ ଆଇସିୟୁରେ ଥିଲେ। ତାଙ୍କର ସ୍ଥିତି ଗମ୍ଭୀର ଥିଲା। ତାଙ୍କର ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିଲା।  ଆଫଗାନ କ୍ରିକେଟ ବୋର୍ଡ ତାର ଅଫିସିଆର ଟ୍ୱିଟର ଆକାଉଣ୍ଟରେ ନଜୀବଙ୍କ ନଧନ ସୂଚନା ଦେଇଛି।

ନଜୀବ ମାର୍ଚ୍ଚ ୨୦୧୪ରେ ଅନ୍ତର୍ଜାତିକ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୧୨ ଟି-୨୦ ଏବଂ ଗୋଟିଏ ୱାନ ଡେ ଖେଳିଛନ୍ତି। ଟି-୨୦ରେ ସେ ୪ ଅର୍ଦ୍ଧଶତକ କରିବା ସହ ୨୫୮ ରନ କରିଛନ୍ତି।
ସୂଚନାଥାଉ କି, ଏହା ପୂର୍ବରୁ ଆଫଗାନସ୍ଥାନରେ ହୋଇଥିବା ଏକ  ବିସ୍ଫୋରଣରେ ଆଇଆଇସି ଅମ୍ପାୟାର ବିସ୍ମିଲ୍ଲାହ ଜନ୍‌ଙ୍କର ଶନିବାର ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

You might also like