ବାରବାଟି ଦିନିକିଆ: ଘଣ୍ଟାଏ ଭିତରେ ଟିକେଟ୍‌ ଶେଷ

କଟକ: ୨୨ ତାରିଖ କଟକ ବାରବାଟୀ ମ୍ୟାଚ୍ ଲାଗି ଅନଲାଇନରେ ଟିକେଟ୍ ସରିଯାଇଛି। ମାତ୍ର ଘଣ୍ଟାକ ଭିତରେ ସବୁ ଟିକେଟ୍‌ ବିକ୍ରି ହୋଇଯାଇଛି। ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ଲାଗି ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବା ବେଳେ ହଠାତ ଟିକେଟ୍ ସରିଯିବାରୁ ନିରାଶ ହୋଇଛନ୍ତି ବହୁ କ୍ରିକେଟ୍‌ ପ୍ରେମୀ।

ଅନଲାଇନରେ ମୋଟ୍ ୮ ହଜାର ୧୫୦ଟି ଟିକଟ୍ ବିକ୍ରି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ WWW.PAYTM.COM ଏବଂ WWW.INSIDER.IN ୱେବ୍‌ସାଇଟ୍‌ରେ ମାମଧ୍ୟମରେ ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଥିଲା।

ଆଜି ଦିନ ୧୧ଟାରୁ ଆସନ୍ତା ୧୫ ତାରିଖ ଯାଏ ଅନଲାଇନରେ ଟିକେଟ୍ ବିକ୍ରି ବ୍ୟବସ୍ଥା ଥିଲେ ବି ଅପରାହ୍ଣ ୫ଟା ପରେ ସାଇଟ୍ ଖୋଲିଥିଲା। ହେଲେ ସାଇଟ୍ ଖୋଲିବାର ମାତ୍ର ଘଣ୍ଟାଏ ଭିତରେ ଆଉ ଟିକେଟ୍ ପାଇନଥିଲେ ବହୁ କ୍ରିକେଟ ପ୍ରେମୀ।

ସେପଟେ ଅନ୍‌ଲାଇନ ଟିକଟ୍ କିଣିଥିବା ଗ୍ରାହକ ଆସନ୍ତା ୧୯, ୨୦ ଏବଂ ୨୧ରେ କେମ୍ବ୍ରିଜ୍ ସ୍କୁଲ କାଉଣ୍ଟରରେ ରିଡିମ୍ କରି ଷ୍ଟାଡିୟମ ଟିକଟ୍ ସଂଗ୍ରହ କରିପାରିବେ।  ଅନ୍ୟପଟେ ୧୯ ଓ ୨୦ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଅଫ୍ ଲାଇନ ଟିକେଟ୍ ବିକ୍ରି କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି।

You might also like