ପୁରୁଷ ହକି ବିଶ୍ୱକପ୍‌ ୨୦୧୮: ଆରମ୍ଭ ହେଲା ଅନଲାଇନ୍ ଟିକଟ୍‌ ବିକ୍ରି

ଓଡ଼ିଶା: ପୁରୁଷ ହକି ବିଶ୍ୱକପ୍‌ ୨୦୧୮ ପାଇଁ ଅନଲାଇନ୍ ଟିକଟ୍‌ ବିକ୍ରି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମଧ୍ୟାହ୍ନରେ ସଚିବାଳୟ ପରିସରରେ ଅନ୍‌ଲାଇନ ଟିକଟ ବିକ୍ରି ଶୁଭାରମ୍ଭ କରିଛନ୍ତି।

ଦର୍ଶକମାନେ ଟିକଟ୍‌ http://in.ticketgenie.in ରେ ଅନ୍‌ଲାଇନ ଟିକଟ୍‌ ବୁକିଂ କରିପାରିବେ। ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଏହି ବିଶ୍ୱକପ୍‌ ଖେଳାଯିବ।

୧୬ଟି ଦେଶ ଏହି ବିଶ୍ୱକପ୍‌ରେ ଅଂଶ ଗ୍ରହଣ କରୁଛନ୍ତି।  ଦର୍ଶକମାନେ କେବଳ ୩ଟି ଗ୍ୟାଲେରୀ ଇଷ୍ଟ, ସାଉଥ ଏବଂ ନର୍ଥ ଷ୍ଟାଣ୍ଡ ପାଇଁ ଟିକଟ୍ ବୁକିଂ କରିପାରିବେ।

ବିଶ୍ୱକପ୍‌ର ଲିଗ୍ ମ୍ୟାଚ ସମୟରେ ଇଷ୍ଟ ଷ୍ଟାଣ୍ଡ ଟିକଟ୍ ମୂଲ୍ୟ ୨ଶହ ଟଙ୍କା ରହିଥିବା ବେଳେ ନର୍ଥ ଏବଂ ସାଉଥ୍ ଷ୍ଟାଣ୍ଡର ମୂଲ୍ୟ ରହିଛି ଶହେ ଟଙ୍କା। ନକ୍ ଆଉଟ ପର୍ଯ୍ୟାୟ ମ୍ୟାଚ ବେଳେ ଦର୍ଶକଙ୍କୁ ଅଧିକ ୫୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ।  ୱେଷ୍ଟ ଷ୍ଟାଣ୍ଡ ଭିଆଇପି, ଭିଭିଆଇପି ଅତିଥିଙ୍କ ପାଇଁ ରିଜର୍ଭ ରଖାଯାଇଛି।

ଆହୁରି ପଢ଼ନ୍ତୁ

You might also like