ଓଡ଼ିଶାର ସୌଭାଗ୍ୟ କୁମାର ରଥ ବନିଲେ ‘ଆଇରନ୍ ମ୍ୟାନ୍’

ଭୁବନେଶ୍ୱର : ଶ୍ରୀଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା। ନୟାଗଡ଼ର ସୌଭାଗ୍ୟ କୁମାର ରଥଙ୍କୁ ମିଳିଛି ଏହି ସଫଳତା। ‘ଆଇରନ୍‌ ମ୍ୟାନ୍‌ ୭୦.୩’ କୁ ସଫଳ ଭାବରେ ସମ୍ପୂର୍ଣ୍ଣ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ସୌଭାଗ୍ୟ।

ପ୍ରଥମ ଥର ଲାଗି ଓଡ଼ିଶାରେ ହିଁ ପ୍ରଶିକ୍ଷଣ ପାଇ ଏପରି ଆଇରନ୍‌ ମ୍ୟାନ୍‌ ଉପାଧି ହାସଲ କରିବାରେ ସମର୍ଥ ହୋଇଛନ୍ତି ସୌଭାଗ୍ୟ। ପ୍ରଥମେ ୨ କିଲୋମିଟର ସୁଇମିଂ ,ତାପରେ ୯୦ କିଲୋମିଟର ସାଇକେଲିଂ ଓ ପରେ ପରେ ୨୧ କିଲୋମିଟର ଦୌଡ଼।  କ୍ରମାଗତ ଭାବରେ ୮ ଘଣ୍ଟା ମଧ୍ୟରେ ଏସବୁକୁ ସମ୍ପୂର୍ଣ୍ଣ କରିଛନ୍ତି ସୌଭାଗ୍ୟ।

୫୬ଟି ଦେଶର ୭୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଭାଗ ନେଇଥିବାବେଳେ ଓଡ଼ିଶାର ସୌଭାଗ୍ୟ ଏହାକୁ ନିର୍ଦ୍ଧାରିତ ସମୟ ଭିତରେ ସମାପ୍ତ କରିଥିଲେ। ଭୁବନେଶ୍ୱର ଫେରିବାବେଳେ ବିମାନ ବନ୍ଦରରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିବା ବେଳେ ନିଜ ପଦକକୁ ସେ ଭାରତୀୟ ସେନାକୁ ଉତ୍ସର୍ଗ କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

You might also like