ଦୁଇ ଦିନ ଧରି ଆସାମରେ ଫସିରହିବା ପରେ ଓଡ଼ିଶା ଫେରିଲେ କ୍ରିକେଟ୍‌ ଟିମ୍

ଭୁବନେଶ୍ୱର: ଆସାମରୁ ଫେରିଲେ ଓଡ଼ିଶା ଅଣ୍ଡର ୧୯ କ୍ରିକେଟ ଟିମ୍ ଓ ସପୋର୍ଟିଂ ଷ୍ଟାଫ୍। ୨ ଦିନ ଧରି ଆସାମରେ ଫସିରହିବା ପରେ ଗତକାଲି ସଂଧ୍ୟାରେ ଓଡ଼ିଶା ଫେରିଛନ୍ତି ଏମାନେ।

କୁଚବିହାର ଟ୍ରଫି ଖେଳିବା ପାଇଁ ଆସାମ ଯାଇଥିବା ଓଡ଼ିଶା ଟିମ୍ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ଫସିରହିଥିଲା। ନାଗରିକତା ସଂଶୋଧନ ଆଇନ ପ୍ରତ୍ୟାହାର ଦାବିରେ ଆସାମରେ ବ୍ୟାପକ ହିଂସା ଯୋଗୁ ଗୌହାଟିରୁ ୧୦ କିଲୋମିଟର ଦୂର ଏକ ହୋଟେଲରେ ୨ ଦିନ ରହିଥିଲେ ଖେଳାଳି ଓ ସପୋର୍ଟ ଷ୍ଟାଫ।

୨ ଦିନ ରହିବା ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ସହଯୋଗରେ ସେମାନେ ଭୁବନେଶ୍ୱର ଫେରିଛନ୍ତି। ଆସାମର ନାଉଗାଁରେ ୧୩ ତାରିଖରୁ କୁଚବିହାର ଟ୍ରଫିର ଏକ ମ୍ୟାଚ ଖେଳାଯିବାର ଥିଲା। ଯେଉଁଥିରେ ଘରୋଇ ଆସମକୁ ସାମ୍ନା କରିଥାନ୍ତା ଓଡ଼ିଶା ଟିମ୍। କିନ୍ତୁ ବ୍ୟାପକ ହିଂସକାଣ୍ଡ ହେବାରୁ ମ୍ୟାଚକୁ ବାତିଲ କରାଯାଇଥିଲା।

You might also like