ଓଡ଼ିଆ ଝିଅ ହେଲେ ଭାରତୀୟ ହକି ଦଳର ଅଧିନାୟିକା: ଟିମ୍ରେ ୫ ଓଡ଼ିଆ ଖେଳାଳି ସାମିଲ
ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳର ଅଧିନାୟିକା ହେଲେ ଓଡ଼ିଆ ଖେଳାଳି ସୁନୀତା ଲାକ୍ରା। ଆସନ୍ତା ୧୩ ତାରିଖରୁ କୋରିଆର ଡୋଙ୍ଗ୍ହେ ସିଟିରେ ହେବାକୁ ଥିବା ଏସିଆନ୍ ଚାମ୍ପିୟନ୍ସ ଟ୍ରଫିରେ ସେ ଭାରତର ନେତୃତ୍ୱ ନେବେ।
ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ସୁନୀତା ଲାକ୍ରାଙ୍କ ସମେତ ୫ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୀପ୍ଗ୍ରେସ ଏକ୍କା, ନମିତା ଟପ୍ପୋ, ଲିଳିମା ମିଞ୍ଜ ଓ ଅନୁପା ବାର୍ଲା।
ଅଧିନାୟିକା ରାଣୀଙ୍କୁ ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ରାମ ଦିଆଯାଇଥିବାରୁ ସୁନିତାଙ୍କୁ ଏହି ଦାୟିତ୍ୱ ମିଳିଛି। ଆସନ୍ତା ୧୩ ତାରିଖରେ ଜାପାନ ବିରୋଧରେ ଖେଳି ନିଜ ଅଭିଯାନ ଆରମ୍ଭ କରିବ ଭାରତ।