ପୁଣି ଜମିବ ଫଟାଫଟ କ୍ରିକେଟର ଆସର; କାଲିଠୁ ଆରମ୍ଭ ଓଡ଼ିଶା କ୍ରିକେଟ ଲିଗ୍

କଟକ: ପୁଣି ଜମିବ ଫଟାଫଟ କ୍ରିକେଟର ଆସର। କାଲିଠାରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା କ୍ରିକେଟ ଲିଗ୍।  ବିନା ଫ୍ରାଞ୍ଚାଇଜିରେ ଟିମ୍ ଗଠନ କରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍ ବା ଓସିଏ।

ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମରେ ଜମିବ ଫଟାଫଟ କ୍ରିକେଟର ମଜା। ଏଥିପାଇଁ ପ୍ରସ୍ତୁତ ହୋଇ ରହିଛି କ୍ଷେତ୍ର। ଏଥିରେ ମୋଟ ୬ଟି ଦଳର ୯୨ ଜଣ ଖେଳାଳି ସାମିଲ ହୋଇଛନ୍ତି। ଏହି ଦଳଗୁଡ଼ିକ ହେଲା-  ଓଡ଼ିଶା ପାନ୍ଥର୍ସ , ଓଡ଼ିଶା ପୁମାସ , ଓଡ଼ିଶା ଟାଇଗର୍ସ , ଓଡ଼ିଶା ଚିତାସ , ଓଡ଼ିଶା ଜାଗୁଆର୍ସ ଏବଂ ଓଡ଼ିଶା ଲାୟନ।

ଟି-୨୦ ଫର୍ମାଟ୍‌ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ। ପ୍ରତି ଟିମ୍ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ। ଏହାପରେ ଶ୍ରେଷ୍ଠ ୪ଟି ଦଳକୁ ନେଇ ୨ଟି ସେମିଫାଇନାଲ ହେବ ବୋଲି ଓସିଏ ସମ୍ପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି। ସେହିପରି ୧୪ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।

କୋଭିଡ୍ କଟକଣା ନେଇ ମ୍ୟାଚ୍ ଆୟୋଜନ ସହ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ମିଳିବ ନାହିଁ। ମ୍ୟାଚ୍‌ର ସିଧାପ୍ରସାରଣ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ କରାଯିବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ।

ଗଣମାଧ୍ୟମକୁ ସୂଚନା ଦେଇ ସଞ୍ଜୟ କହିଛନ୍ତି ଯେ ଓପିଏଲ୍‌ (ଓଡ଼ିଶା ପ୍ରିମିୟର୍‌ ଲିଗ୍‌)କୁ ନେଇ ବିବାଦ ଦେଖା ଦେଇଥିଲା। ଯାହା ଫଳରେ ଦୀର୍ଘ ଦିନ ଧରି ଖେଳ ବନ୍ଦ ରହିଥିଲା। ଏଥର ତା’ର ନାଁକୁ ପରିବର୍ତ୍ତନ କରି ଓସିଏଲ୍‌ ରଖାଯାଇଛି। ତା ସହିତ ଯେଉଁ କମ୍ପାନୀମାନେ ବିବାଦରେ ଥିଲେ ସେମାନଙ୍କୁ ମଧ୍ୟ ବାହାର କରି ଦିଆଯାଇଛି ବୋଲି ଓସିଏ ଅଧ୍ୟକ୍ଷ ସଞ୍ଜୟ ବେହେରା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଖୁସିର ଖଥା ହେଲା ଏଥର ଆମ ସହିତ ଟିସିଏମ୍‌ କମ୍ପାନୀ ଯୋଡ଼ି ହୋଇଛି। ଏହି କମ୍ପାନୀ ଆଇପିଏଲ୍‌ର ମାର୍କେଟିଂରେ କାମ କରେ। ବିସିସିଆଇର ବିଭିନ୍ନ କାର୍ଯ୍ୟରେ କମ୍ପାନୀର ଜଡ଼ିତ ରହିଛି। ଟିସିଏମ୍‌ କମ୍ପାନୀର ଏକ ଆପ୍ସ ମଧ୍ୟ ରହିଛି। ଏହି ଆପ୍‌ର ନାଁ ହେଲା ଫ୍ୟାନ୍‌କୋଡ୍। ବିଶ୍ୱବ୍ୟାପୀ ଏହି ଆପ୍‌କୁ ଡାଉନ୍‌ଲୋଡ କରି ଓସିଏଲ୍‌ର ମଜା ନେଇପାରିବେ ବୋଲି ସଞ୍ଜୟ କହିଛନ୍ତି।

ତେବେ କରୋନା ସମୟରେ ମ୍ୟାଚ୍ ଆରମ୍ଭ ନେଇ ସଞ୍ଜୟ କହିଛନ୍ତି ଯେ କୋଭିଡ୍ କଟକଣା ଅନୁସାରେ ଆମ ଖେଳା ଆରମ୍ଭ ହୋଇଛି। ଆରମ୍ଭ ପୂର୍ବରୁ ପ୍ରଥମେ ସରକାରଙ୍କ ଠାରୁ ଅନୁମତି ମାଗିଥିଲୁ। ସରକାର ଏହାକୁ ଅନୁମତି ଦେଇଛନ୍ତି। ସେଥିପାଇଁ ଖେଳ ବିଭାଗକୁ ଧନ୍ୟବାଦ ଦେବା ସହିତ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଓସିଏ ଅଧ୍ୟକ୍ଷ।

ଖେଳ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି  ଯେ ବିନା ଦର୍ଶକରେ ଇଭେଣ୍ଟ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ୍ ହେବ। ପ୍ରଥମ ମ୍ୟାଚ୍‌ ସାଢ଼େ ୩ଟା ବେଳେ ହେବ ଓ ଦ୍ୱିତୀୟ ମ୍ୟାଚ୍ ସାଢ଼େ ୭ଟା ବେଳେ ଆରମ୍ଭ ହେବ। ଏଥିରେ ୬ଟିମ୍ କରାଯାଇଛି। ପ୍ରାୟ ୯୨ ଖେଳାଳି ଓସିଏଲ୍‌ରେ ଭାଗ ନେଇଛନ୍ତି ବୋଲି ସେ କହିଛନ୍ତି।

ସେହିପରି ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ରାଜ୍ୟରୁ ଏଥର ୯ଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି। ସେମାନେ ଅପ୍‌କମିଂ ପ୍ଲେୟାର ହିସାବରେ ଓଡ଼ିଶା ପାଇଁ ଖେଳିବେ ବୋଲି ସଞ୍ଜୟ କହିଛନ୍ତି।

ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୨୦ ଖେଳାଳି ମନୋନୀତ

ସୂଚନା ଥାଉକି, ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଏଥର ୨୦ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଶୁଭ୍ରାଂଶୁ ସେନାପତି ଅଧିନାୟକ, ରାଜେଶ ଧୂପର ଓ ପ୍ରବୀଣ ଲୋହା (WK), ବିପ୍ଳବ ସାମନ୍ତରାୟ, ଶାନ୍ତନୁ ମିଶ୍ର, ପ୍ରତୀକ ଦାସ, ଗୋବିନ୍ଦ ପୋଦ୍ଦାର, ଅଙ୍କିତ ଯାଦବ, ସୁକେଶ ହୀରା, ଗୌରବ ଚୌଧୁରୀ, ଆଦିତ୍ୟ ରାଉତ। ସେହିପରି ୱାଲଟର ଟପ୍ପୋ, ତାରିଣୀ ସା, ସୂଯର୍ୟକାନ୍ତ ପ୍ରଧାନ, ସର୍ବେଶ୍ୱର ମହାନ୍ତି, ପପୁ ରଏ, ଅଙ୍କିତ ଜୟସ୍ୱାଲ, ରାଜେଶ ମହାନ୍ତି, ସୁନୀଲ ରାଉଳ, ଆଶିଷ ରାୟ ମଧ୍ୟସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ  ମନୋନୀତ ହୋଇଛନ୍ତି।

କେମିତି ବ୍ୟବହାର କରିବେ Fancode ଆପ୍

ଏହି ଆପ୍‌ରେ ଆପଣ ସବୁ ପ୍ରକାର ଖେଳ ଦେଖିପାରିବେ। ‌କ୍ରିକେଟ୍‌ ଠାରୁ ଆରମ୍ଭ କରି ହକି, ଫୁଟ୍‌ବଲ, ବାସ୍‌କେଟ୍‌ ବଲ, ଭଲ ବଲ୍, କବାଡ଼ି ଆଦି ଖେଳ ଲାଇଭ୍ ଦେଖିପାରିବେ ଓ ସ୍କୋର୍ ଅପ୍‌ଡେଟ୍‌ ବି ଜାଣିପାରିବେ।

ପ୍ରଥମେ ପ୍ଲେଷ୍ଟୋର୍‌ରୁ ‌Fancode  ସର୍ଚ୍ଚ କରି ଏହାକୁ ଇନ୍‌ଷ୍ଟଲ୍ କରି ଓପନ ଉପରେ କ୍ଲିକ୍ କରନ୍ତୁ।
ଆପ୍‌ ଖୋଲିବା ପରେ ହାଇଲାଟ୍‌ ପେଜ୍ ଦେଖାଇବ। ଏହାକୁ ସ୍ୱାଇପ୍‌ କରି ଗେଟ୍‌ ଷ୍ଟାର୍ଟେଡ୍ ଉପରେ କ୍ଲିକ କରନ୍ତୁ। ଏହାପରେ ସଭା ଉପରେ ଆଣଙ୍କୁ ସ୍ପୋର୍ଟସର ବିକଳ୍ପ ଆସିବ। ଏଠାରେ ଆପଣ ବିକଳ୍ପ ବାଛି ଖେଳ ସମ୍ପର୍କରେ ସମ୍ପୂର୍ଣ୍ଣ ଅପ୍‌ଡେଟ୍ ଜାଣିପାରିବେ। ତେବେ ଏଥିପାଇଁ ଆପଣଙ୍କ କୌଣସି ମେଲ୍ ଆଇଡି କି ମୋବାଇଲ୍ ନମ୍ବର ଦେବାକୁ ପଡ଼ିବ ନାହିଁ।

 

You might also like