ଫୁଟ୍‌ବଲ୍‌ ଖେଳୁଥିବା ବେଳେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ

କଟକ: ପଡ଼ିଆ ମଝିରେ ଉଡ଼ିଗଲା ପ୍ରାଣ ବାୟୁ। ଫୁଟ୍‌ବଲ୍‌ ଖେଳୁଥିବା ବେଳେ ଜଣେ ଓଡ଼ିଆ ଛାତ୍ରଙ୍କ ମୃତ୍ୟୁ ଘଟିଛି।  ତାଙ୍କ ନାଁ ରିତ୍‌ୱିକ୍‌ ଦାସ।

ରିତୱିକ୍‌ କଟକ ସ୍ଥିତ ନ୍ୟାସନାଲ ଲ ୟୁନିଭର୍ସିଟି ଓଡ଼ିଶା ତରଫରୁ କୋଲକାତାକୁ ଏକ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲେ।  ମ୍ୟାଚ୍‌ ଚାଲିଥିବା ବେଳେ ପଡ଼ିଆ ମଝିରେ ହିଁ ସେ ଅଚେତ ହୋଇ ଯାଇଥିଲେ। ହସ୍ପିଟାଲ୍‌ ନିଆଯିବା ପରେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

କୋଲକାତାରୁ ତାଙ୍କ ମର ଶରୀରକୁ କଟକ ସ୍ଥିତ ବାସଭବନକୁ ଅଣାଯାଇଥିଲା। ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

You might also like