ଏସିଆନ୍ ପାରା ଗେମ୍ସରେ ଓଡ଼ିଆ ଝିଅର କମାଲ୍

ଭୁବନେଶ୍ୱର: ଏସିଆନ୍ ପାରା ଗେମ୍ସରେ କମାଲ୍ ଦେଖାଇଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା। ସେ ୨୦୦ ମିଟର୍‌ ଦୌଡ଼ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିବା ସହିତ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ମାତ୍ର ୨୭.୪୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ସେ ଏହି କମାଲ୍‌ ଦେଖାଇଛନ୍ତି।

ତେବେ ଗେମ୍‌ରେ ଚୀନର ଲି ଲୁ ୨୦୦ ମିଟର ଦୂରତ୍ତ୍ୱକୁ ୨୫. ୮୨ ସେକେଣ୍ଡ୍‌ରେ ଅତିକ୍ରମ କରି ସ୍ୱର୍ଣ୍ଣ ଓ ୱାଙ୍ଗ୍ ୟାଙ୍ଗପିଂ ୨୬.୪୫ ସେକେଣ୍ଡରେ ଅତିକ୍ରମ କରି ରୋପ୍ୟ ପଦକ ହାତେଇଛନ୍ତି।

ତେବେ ଜୟନ୍ତୀଙ୍କ ବ୍ରୋଞ୍ଜ୍‌ ପଦକ ମିଶାଇ ଭାରତ ଏବେ ସୁଦ୍ଧା ୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୧୦ଟି ବ୍ରୋଞ୍ଜ୍ ପଦକ ହାସଲ୍‌ କରିଛି।

You might also like