ଓଟିଭିର ପ୍ରଭାବ: ହକି କ୍ୟାମ୍ପକୁ ଫେରିଲେ ଏହି ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଜାତୀୟ ହକି କ୍ୟାମ୍ପକୁ ଫେରିଲେ ଓଡ଼ିଆ ଆନ୍ତର୍ଜାତିକ ହକି ଖେଳାଳି ଅମିତ୍ ରୋହି ଦାସ। ୨୫ ଜଣିଆ ଭାରତୀୟ ହକି ଟିମ୍‌ କୌଣସି ଓଡ଼ିଆ ସ୍ଥାନ ପାଇ ନଥିବା ନେଇ ଓଟିଭିରେ ଖବର ପ୍ରସାରଣ ପରେ ଅମିତ୍‌ ଓଡିଆ ଭାବେ ଜତୀୟ କହି ଟିମ୍‌କୁ ଫେରିଛନ୍ତି।

ବିଶ୍ୱକପ ହକି ପୂର୍ବରୁ ଟିମ୍‌ ଇଣ୍ଡିଆ ଅକ୍ଟୋବର ୧୮ ତାରିଖରେ ଓମାନ୍‌ର ମସ୍କାଟ୍‌ଠାରେ ୧୦ ଦିନିଆ ଏସିଆନ୍ ଚାମ୍ପିୟନ୍‌ସ ଟ୍ରଫି ଖେଳିବ। ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଏକ ଜାତୀୟ କ୍ୟାମ୍‌ ହୋଇଛି।

ଏକ ମାସ ପାଇଁ ଆୟୋଜିତ ହୋଇଥିବା ଏହି ଜାତୀୟ ଶିବିରରେ ଏକ ୨୫ ଜଣିଆ ଭାରତୀୟ ହକି ଟିମର କୋର୍‌ କମିଟି ଏଥିରେ ଅଶଂଗ୍ରହଣ କରିଛି।

ଏହି ୨୫ ଜଣିଆ ଖେଳାଳି ତାଲିକାରେ କୌଣସି ଓଡ଼ିଆ ଖେଳାଳି ସ୍ଥାନ ପାଇ ନଥିଲେ। ଏହାପରେ ବିଭିନ୍ନ ଆନ୍ତର୍ଜାତିକ ହକି ଖେଳାଳିଙ୍କ ପ୍ରତିକ୍ରିୟା ନେଇ ଓଟିଭି ପ୍ରଥମେ ଏହି ଖବରକୁ ପ୍ରସାରଣ କରିଥିଲା।

ତେବେ ଅମିତ୍‌ଙ୍କ ଫେରିବା ନେଇ ହକି ଇଣ୍ଡିଆ ପକ୍ଷରୁ କୌଣସି ବିଧିବଦ୍ଧ ଭାବେ ପ୍ରେସ୍‌ ରିଲିଜ୍‌ ଦିଆଯାଇ ନାହିଁ। କିନ୍ତୁ ଅମିତ ରୋହି ଦାସ କ୍ୟାମ୍ପରେ ଆଜିଠାରୁ ସାମିଲ ହୋଇଛନ୍ତି ବୋଲି ଶିବିରରେ ଥିବା ଭାରତୀୟ ହକି ଖେଳାଳି ମନପ୍ରିତ୍ ସିଂ ଏବଂ ରୁପେନ୍ଦ୍ର ପାଲ୍‌ ସିଂ କହିଛନ୍ତି।

 

You might also like