ପୁଣି ଝଟ୍କା: ୩ ୱିକେଟ ହରାଇଲା ନ୍ୟୁଜିଲ୍ୟାଣ୍ଡ
ଲର୍ଡ୍ସ: ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଆଇସିସି ବିଶ୍ୱକପର ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡକୁ ଦ୍ୱିତୀୟ ଝଟକା ଲାଗିଛି। ପ୍ରାରମ୍ଭିକ ୱିକେଟ୍ ହରାଇବା ପରେ ସ୍ଥିତି ସମ୍ଭାଳିଥିବା ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ଆଉଟ୍ କରି ଇଂଲଣ୍ଡ ପେସ୍ ବୋଲର୍ ଲିଆମ୍ ପ୍ଲଙ୍କେଟ୍।
ପ୍ଲଙ୍କେଟ୍ ପ୍ରଥମେ କେନ୍ ୱିଲିୟମସନ୍ (୩୦)ଙ୍କୁ ଆଉଟ୍ କରିଥିବା ବେଳେ ପରେ ନିକୋଲ୍ସଙ୍କୁ କ୍ଲିନ୍ ବୋଲ୍ଡ କରିଛନ୍ତି। ୱିଲିୟମସନ୍ ଓ ନିକୋଲ୍ସ ଦ୍ୱିତୀୟ ୱିକେଟ୍ ପାଇଁ ୭୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ନିକୋଲ୍ସ ନିକୋଲ୍ସ ୫୫ ରନ୍ କରିବାକୁ ସକ୍ଷମ ହୋଇଛନ୍ତି।
ରିର୍ପୋଟ୍ ଲେଖା ହେଲା ବେଳକୁ ନ୍ୟୁଜିଲ୍ୟାଣ୍ଡ୍ ୩ ୱିକେଟ୍ ହରାଇ ୧୧୯ ରନ୍ କରିଛି। ରସ୍ ଟେଲର୍ (୩) ଓ ଟମ୍ ଲାଥାମ (୦) ବ୍ୟାଟିଂ କରୁଛନ୍ତି।