ଅଭିନେତ୍ରୀ ଅନୁପମାଙ୍କୁ ନୁହେଁ, ଏହି ଟିଭି ଆଙ୍କର୍‌ଙ୍କୁ ବିବାହ କରିବେ କି ଜସ୍‌ପ୍ରୀତ ବୁମରାହ ?

ନୂଆଦିଲ୍ଲୀ: କିଛିଦିନ ହେବ ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଜସ୍‌ପ୍ରୀତ ବୁମରାହଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ତେଲୁଗୁ ଓ ମାଲାୟାଲମ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍‌ଙ୍କୁ ସେ ବିବାହ କରିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ହେଲେ ଅନୁପମାଙ୍କ ମା’ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

 

View this post on Instagram

 

A post shared by jasprit bumrah (@jaspritb1)

ଏକ ସାକ୍ଷାତକାରରେ ଅନୁପମାଙ୍କ ମା’ କହିଛନ୍ତି, ‘ଅନୁପମା ଓ ବୁମରାହଙ୍କୁ ନେଇ କିଛିଦିନ ହେବ ଗୁଜବ ଖବର ଶୁଣିବାକୁ ମିଳୁଛି। ଯାହା ମୋତେ ଚକିତ କରିଛି। ଏମିତି କିଛି ବି ପ୍ଲାନ୍‌ ନାହିଁ। ସେ(ଅନୁପମା) ସବୁବେଳେ ତାଙ୍କ ୱାର୍କକୁ ନେଇ ବ୍ୟସ୍ତ ରହୁଛନ୍ତି। ଉଭୟ(ଅନୁପମା-ବୁମରାହ) ଭଲ ବନ୍ଧୁ। ହେଲେ ଏମାନଙ୍କ ନାଁ ସେତେବେଳେ ଯୋଡ଼ା ଯାଇଥିଲା ଯେତେବେଳେ ଉଭୟ ଉଭୟଙ୍କୁ କିଛିଦିନ ତଳେ ସୋସିଆଲ୍‌ ମିଡିଆରେ ଫଲୋ କରିବା ଆରମ୍ଭ କରିଥିଲେ।

ବୁମରାହଙ୍କ ସହ ଅନୁପମାଙ୍କ ବିବାହକୁ ନେଇ ଅନୁପମାଙ୍କ ମା’ ପୂର୍ଣ୍ଣଚ୍ଛେଦ ପକାଇଥିବା ବେଳେ ଏବେ ଆଉ ଜଣଙ୍କ ସହ ବୁମରାହଙ୍କ ନାଁ ଯୋଡ଼ା ଯାଇଛି। ଶୁଣିବାକୁ ମିଳୁଛି ଯେ, ୨୦୧୪ ମିସ୍‌ ଇଣ୍ଡିଆ ଫାଇନାଲିଷ୍ଟ୍‌ ଓ ସ୍ପୋର୍ଟସ୍‌ ପ୍ରେଜେଣ୍ଟର(କ୍ରୀଡା ଉପସ୍ଥାପିକା) ସଞ୍ଜନା ଗଣେଶନ୍‌ଙ୍କୁ ବୁମରାହ ଖୁବ୍‌ଶୀଘ୍ର  ବିବାହ କରିବେ। ଗୋଆରେ ଏହି ବିବାହ ଅନୁଷ୍ଠିତ ହେବ। ହେଲେ ବୁମରାହ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ କରି ନାହାନ୍ତି।

Sanjana Ganesan
Source: Sanjana Ganesan Instagram

ସଞ୍ଜନା ଗଣେଶନ୍(୨୮)‌ ହେଉଛନ୍ତି ସ୍ପୋର୍ଟସ୍‌ ପ୍ରେଜେଣ୍ଟର ଓ ଟିଭି ହୋଷ୍ଟ୍‌ ମଧ୍ୟ। ସେ Indian Premier League (IPL) ପାଇଁ ଷ୍ଟାର୍‌ ସ୍ପୋର୍ଟସ୍‌ରେ କାର୍ଯ୍ୟ କରୁଥିଲେ। ଏହାସହ ସେ ଅନେକ ଶୋ’ ମଧ୍ୟ ହୋଷ୍ଟ୍‌ କରିଛନ୍ତି।

Sanjana Ganesan

ଉପସ୍ଥାପିକା ଭାବେ Premier Badminton League ପାଇଁ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ପପୁଲାର୍‌ ରିଅଲିଟି ଟିଭି ଶୋ’ MTV Splitsvilla 7ରୁ ସଞ୍ଜନା ଡେବ୍ୟୁ ଆରମ୍ଭ କରିଥିଲେ।

Sanjana Ganesan
Sanjana Ganesan

ସଞ୍ଜନା ଗଣେଶନ୍ ‘2012 Femina Style Diva’ ଓ ୨୦୧୩ରେ ‘Femina Miss India Pune’ରେ ମଧ୍ୟ ଭାଗ ନେଇଥିଲେ।

Sanjana Ganesan
Sanjana Ganesan

ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରାହ କିଛିଦିନ ଛୁଟିରେ ରହିବା ପାଇଁ BCCI(Board of Control for Cricket in India)କୁ ଅନୁମତି ମାଗିଥିଲେ ଓ ଛୁଟି ପାଇଁ ତାଙ୍କୁ ଏହି ଅନୁମତି ମିଳିଛି। ଫଳରେ ସେ ଏବେ ଇଂଲଣ୍ଡ ବିପକ୍ଷରେ ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌ ଆଉ ଖେଳିବେ ନାହିଁ। ତେଣୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି

You might also like