ଅବସର ନେଇ ଧୋନିଙ୍କୁ କେହି ନିର୍ଦ୍ଦେଶ ଦେବା ଉଚିତ୍‌ ନୁହେଁ: ଗ୍ୟାରୀ କିର୍ଷ୍ଟେନ

ନୂଆଦିଲ୍ଲୀ: ଟିମ୍‌ ଉଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଅବସରକୁ ନେଇ ଅନେକ ସମୟରେ ବିଭିନ୍ନ କଥା ଶୁଣିବାକୁ ମିଳୁଥିବା ବେଳେ ଭାରତକୁ ବିଶ୍ୱକପ୍‌ ଜିତାଇଥିବା କୋଚ୍ ଗ୍ୟାରୀ କିର୍ଷ୍ଟେନ ଧୋନିଙ୍କୁ ପ୍ରଶଂସା କରିଛନ୍ତି। ଆଧୁନିକ ସମୟର ଖେଳାଳିମାନଙ୍କ ମଧ୍ୟରୁ ଧୋନି ଜଣେ ମହାନ ଖେଳାଳି। ତେଣୁ ତାଙ୍କ ନିଜସ୍ୱ ଷ୍ଟାଇଲ୍‌ରେ ଅବସର ନେବାକୁ ଦିଆଯାଉ ବୋଲି ଗ୍ୟାରୀ କହିଛନ୍ତି।

Gary Kirsten settles the debate about dropping Dhoni from ODI ...

ଜାତୀୟ ଗଣମାଧ୍ୟମ ସଂସ୍ଥା ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଇଣ୍ଡର୍‌ଭ୍ୟୁ ଦେଇ ଗ୍ୟାରୀ କହିଛନ୍ତି, “ଏମ୍‌ଏସ୍‌ ଧୋନି ହେଉଛନ୍ତି ଜଣେ ଅବିଶ୍ୱସନୀୟ କ୍ରିକେଟର। ତାଙ୍କର ଖେଳୁଆଡ଼, ବୁଦ୍ଧିମାନ, ଧୀରତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ଏହି ଗୁଣ ପାଇଁ ହିଁ ସେ ଆଧୁନିକ ସମୟରେ ମହାନ ଖେଳାଳି ମଧ୍ୟରେ ସାମିଲ୍ ହୋଇପାରିଛନ୍ତି।”

Replace Dhoni as ODI skipper at your own peril, warns Gary Kirsten ...

ଗ୍ୟାରି କିର୍ଷ୍ଟେନ୍ ଆହୁରି ମଧ୍ୟ କହିଛନ୍ତି ଯେ ନିଜ ଇଚ୍ଛା ଅନୁଯାୟୀ ଖେଳ ଛାଡ଼ିବାର ଅଧିକାର ଧୋନି ହାସଲ କରିଛନ୍ତି। କେତେବେଳେ ସେ ସମୟ ଆସିବ ସେ ନେଇ କେହି ତାଙ୍କୁ ନିର୍ଦ୍ଦେଶ ଦେବା ଉଚିତ୍‌ ନୁହେଁ। ଏଥିସହିତ ଟିମ୍‌ ଇଣ୍ଡିଆର କୋଚ୍‌ ହେବା ଅନୁଭୂତି ବଖାଣି ଗ୍ୟାରୀ କହିଛନ୍ତି, ଖେଳିବା ଅଧିକ ଚ୍ୟାଲେଞ୍ଜିଂ ହୋଇଥାଏ। ଟିମ୍‌ ଇଣ୍ଡିଆକୁ କୋଚିଂ ଦେବାକୁ ମୁଁ ଖୁବ୍‌ ଭଲ ପାଉଥିଲି। ଏହା ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗ ବୋଲି ଗ୍ୟାରୀ କହିଛନ୍ତି।

ଧୋନିଙ୍କ ଅବସର ନେଇ ସୋସିଆଲ୍‌ ମିଡିଆରେ #DhoniRetires ଟ୍ରେଣ୍ଡ ହେବାରୁ ବୁଧବାର ଟ୍ୱିଟରାଟୀମାନଙ୍କୁ ଏହାର ଯବାବ ଦେଇଥିଲେ ଧୋନିଙ୍କ ପତ୍ନୀ ସାକ୍ଷୀ ସିଂହ। ସାକ୍ଷୀ ଟ୍ୱିଟ୍ କରି ଲେଖିଥିଲେ “ଏହା କେବଳ ଗୁଜବ। ମୁଁ ବୁଝିପାରୁଛି ଯେ ଲକ୍‌ଡାଉନ୍‌ ଲୋକଙ୍କୁ ପାଗଳ କରିସାରିଲାଣି।” ତେବେ ସାକ୍ଷୀଙ୍କ ଏହି ଟ୍ୱିଟ୍ ଭାଇରାଲ୍ ହେବା ପରେ ସେ ଏହାକୁ ତୁରନ୍ତ ଡିଲିଟ୍ କରିଦେଇଥିଲେ।

ବିଶ୍ୱକପ୍‌ ପରେ କ୍ରିକେଟ୍‌ଠାରୁ ଦୂରେଇ ରହିଥିବା ଧୋନିଙ୍କ ଅବସର ନେଇ ବଡ଼ ବଡ଼ କ୍ରିକେଟ ଏକ୍ସପର୍ଟ ମାନେ ମଧ୍ୟ ଭିନ୍ନ ଭିନ୍ନ ମତ ଦେଉଛନ୍ତି। ତେବେ ଏସମ୍ପର୍କିତ ପ୍ରଶ୍ନ ବାରମ୍ବାର ଉଠିବା ପରେ ଗତବର୍ଷ ଧୋନି ନିଜେ ଏ ବିଷୟରେ ମୁହଁ ଖୋଲିଥିଲେ। କହିଥିଲେ, ଅନ୍ତତଃପକ୍ଷେ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ଅବସର ନେଇ କୌଣସି ପ୍ରଶ୍ନ ପଚାରନି। ଏକ ପ୍ରମୋସନ୍‌ଲାନ୍‌ ଇଭେଣ୍ଟରେ ଯୋଗ ଦେଇ ଧୋନି ଏପରି କହିଥିଲେ।

Not Virat Kohli, Gary Kirsten backs MS Dhoni to stay India's ODI ...

ତେବେ ଚଳିତ ଥର ଆଇପିଏଲ୍‌ର ୧୩ ତମ ସଂସ୍କରଣରେ ଧୋନି ଚେନ୍ନାଇ ସୁପର କିଂ ଦଳର ଅଧିନାୟକ ହୋଇଥାନ୍ତେ ବୋଲି ଚର୍ଚ୍ଚା ହେଉଥିଲା। ଏହି ମ୍ୟାଚ୍ ପ୍ରଥମେ ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ କରୋନା ଭାଇରସ୍‌ ପାଇଁ ଏହାକୁ ଏପ୍ରିଲ୍‌ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ପରେ ସ୍ଥିତି ଜଟିଳ ହେବାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିବାରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଫଳରେ ଧୋନିଙ୍କ କ୍ରିକେଟ୍‌ ଦୁନିଆକୁ ଫେରିବା ନେଇ ଆଶା ମଉଳି ଯାଉଥିବା କୁହାଯାଉଛି।

Replace MS Dhoni at Your Own Peril,” Says Gary Kirsten - The Quint

ଆହୁରି ପଢ଼ନ୍ତୁ

You might also like