ନିଦାହାସ୍ ଟି-ଟ୍ୱେଣ୍ଟି: ଆଜି ଭାରତ-ବାଂଲଦେଶ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିକୋଣୀୟ ସିରିଜରେ ଆଜି ଭାରତ-ବାଂଲଦେଶ ମଧ୍ୟରେ ଟକ୍କର ହେବ। ଟୁର୍ଣ୍ଣାମେଣ୍ଟରେ ଭାରତକୁ ଫେଭରିଟ୍ ମନେ କରାଯାଉଛି କିନ୍ତୁ ପ୍ରଥମ ମ୍ୟାଚ୍ ଆୟୋଜକ ଶ୍ରୀଲଙ୍କାଠାରୁ ୫ ଓ୍ୱିକେଟରେ ପରାସ୍ତ ହେବା ପରେ ଦଳ ଚାପରେ ଅଛି।

ତେଣୁ ଆଜିର ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ଉଦ୍ୟମ କରିବ ଟିମ୍ ଇଣ୍ଡିଆ। ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ ଜିତିଛି। ତେବେ ପ୍ରଥମ ମ୍ୟାଚ୍  ହାରିଥିବା ଭାରତ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶକୁ ହାଲୁକା ଭାବେ ନେବନି। ଦଳରେ କିଛିଟା ପରିବର୍ତ୍ତନ ହୋଇପାରେ। ସ୍ପିନର ଚହଲ ଓ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ।

ସେହିପରି ରାହୁଲଙ୍କ ସାମିଲ୍ ହେବା ସମ୍ଭାବନା ରହିଛି ଯାହାକି ଟିମ୍ ଇଣ୍ଡିଆର ମଧ୍ୟକ୍ରମକୁ ଆହୁରି ଦୃଢ଼ କରିବ । ସେପଟେ ବାଂଲାଦେଶ ପାଇଁ ଶକ୍ତ ଧକ୍କା ହେଉଛି ଅଲରାଉଣ୍ଡର ସାକିବ୍ ଅଲ୍ ହାସନଙ୍କ ଅନୁପପସ୍ଥିତି। ଆହତ କାରଣରୁ ସେ ଦଳରୁ ବାଦ୍ ପଡ଼ିଛନ୍ତି।ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେବେ ମହମ୍ମୁଦୁଲାହା।

ଆହୁରି ପଢ଼ନ୍ତୁ

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

You might also like