ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-ଟ୍ୱେଣ୍ଟି ସିରିଜ୍ : କଲମ୍ବୋରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ

କଲମ୍ବୋ : ନିଦହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଆଜି ବାଲାଂଦେଶକୁ ଭେଟିବ ଭାରତ। ଟୁର୍ଣ୍ଣାମେଣ୍ଟରେ ଭାରତ ଏପଯର୍ଯ୍ୟନ୍ତ ଖେଳିଥିବା ୩ଟି ଲିଗ୍‌ରୁ ୨ଟି ମ୍ୟାଚ ବିଜୟୀ ହୋଇଛି।

ତେବେ ଆଜିର ମ୍ୟାଚ୍ ଜିତି ସିଧାସଳଖ ଫାଇନାଲରେ ସ୍ଥାନ ପକ୍କା କରିବାକୁ ଉଦ୍ୟମ କରିବ ରୋହିତ ଶର୍ମାଙ୍କ ଦଳ। ସେପଟେ ବାଂଲାଦେଶ ଖେଳିଥିବା ୨ଟି ମ୍ୟାଚରୁ ଗୋଟିଏରେ ବିଜୟ ଓ ଅନ୍ୟଟିରେ ପରାଜୟ ସାମ୍ନା କରିଥିଲା। ତେଣୁ ବାଂଲାଦେଶ ଆଜିର ମ୍ୟାଚକୁ ବଡ ବ୍ୟବଧାନରେ ଜିତି ଫାଇନାଲ ଯିବାକୁ ଚେଷ୍ଟା କରିବ। କଲମ୍ବୋରେ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ।

 

 

You might also like