ହକି ବିଶ୍ୱକପ୍ ପାଇଁ ଟିମ ଇଣ୍ଡିଅାର ନୂଅା ଜର୍ସି ଉନ୍ମୋଚିତ
ମୁମ୍ବାଇ: ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଅାର ନୂଅା ଜର୍ସି ଉନ୍ମୋଚିତ ହୋଇଛି। ମୁମ୍ବାଇରେ ଅାୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଟିମ ଇଣ୍ଡିଅାର ଖେଳାଳିମାନେ ନୂଅା ଜର୍ସି ପିନ୍ଧିଛନ୍ତି।
ଉନ୍ମୋଚନ ଉତ୍ସବରେ ଟିମ ଇଣ୍ଡିଅାର କ୍ୟାପଟେନ ପି.ଅାର. ଶ୍ରୀଜେଶଙ୍କ ସହ ଅନ୍ୟ ଖେଳାଳିମାନେ ଉପସ୍ଥିତ ଥିଲେ। ପୂର୍ବତନ ଅଧିନାୟକମାନେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଦିଲୀପ ତିର୍କୀ, ଅଜିତ ପାଲ ସିଂ, ଧନରାଜ ପିଲ୍ଲେ, ସର୍ଦ୍ଦାର ସିଂ, ଅଶୋକ କୁମାରଙ୍କ ପରି ହକି ଲିଜେଣ୍ଡ ସେଠାରେ ଉପସ୍ଥିତ ଥିଲେ। ବିଶିଷ୍ଟ ଫେଶନ ଡିଜାଇନର ନରେନ୍ଦ୍ର କୁମାର ଏହି ଜର୍ସିର ଡିଜାଇନ କରିଛନ୍ତି।
ଅାସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହକି ବିଶ୍ୱକପ ଖେଳାଯିବ।