ହେଲିକପ୍ଟର ଦୁର୍ଘଟଣା: ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ(୪୧)  ଓ ତାଙ୍କର ୧୩ ବର୍ଷୀୟ ଝିଅ ଅଛନ୍ତି।

ଗତକାଲି ବ୍ରାଏଣ୍ଟ ତାଙ୍କ ଝିଅ ଜିଆନାଙ୍କ ସହ ଏହି ହେଲିକପ୍ଟରରେ ଯାତ୍ରା କରୁଥିଲେ। ହେଲିକପ୍ଟରଟି କାଲାବାସାସ୍ ସ୍ଥିତ ପାହାଡ଼ିଆ ଅଞ୍ଚଳରେ ଏକ ପାହାଡ଼ରେ ଯାଇ ପିଟି ହୋଇଯିବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରିଛନ୍ତି।

ତେବେ ଘନ କୁହୁଡ଼ି ଯୋଗୁ କାଲାବାସାସ୍ ସ୍ଥିତ ପର୍ବତାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ବ୍ରାଏଣ୍ଟ ୫ ଥର NBA ଚାମ୍ପିଅନ୍ ହୋଇଥିବାବେଳେ ୨ ଥର ଅଲିମ୍ପିକ୍‌ ଗୋଲ୍ଡ ମେଡାଲ୍‌ ଜିତିଥିଲେ। ତାଙ୍କ ମୃତ୍ୟୁରେ ଆମେରିକା ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ବାସ୍କେଟବଲ୍ ଖେଳାଳିଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

You might also like