ଆଜିଠୁ କଟକରେ ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ

କଟକ: ଆଜିଠୁ କଟକର ଜବାହରଲାଲ୍‌ ନେହେରୁ ଷ୍ଟାଡ଼ିୟମରେ ଜାତୀୟ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଜୁନିଅର, ସିନିଅର, ମହିଳା ଓ ପୁରୁଷ ବିଭାଗରେ ଓଡ଼ିଶା ସମେତ ୩୫ଟି ଟିମ୍‌ର ମୋଟ ୫୫୦ ଜଣ ଖେଳାଳି ଅଂଶ ଗ୍ରହଣ କରୁଛନ୍ତି।

ପ୍ରତିଯୋଗିତାରେ କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌ ଓ ଏସିଆନ୍‌ ଗେମ୍‌ସ୍‌ ପଦକ ବିଜେତା ମନିକା ବାତ୍ରା, ଶରଥ କମଲ୍‌, ମଧୁରିକା ପାଟ୍‌କର, ଅଲିମ୍ପିଆନ୍‌ ଅଙ୍କିତା ଦାସଙ୍କ ଭଳି ଜଣାଶୁଣା ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

ରାଜ୍ୟ ଟେବୁଲ ଟେନିସ୍‌ ସଂଘ ଓ କ୍ରୀଡ଼ା ବିଭାଗ ପକ୍ଷରୁ ଦୀର୍ଘ ୧୮ ବର୍ଷ ପରେ ଦ୍ୱିତୀୟ ଥର ଲାଗି ରାଜ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି।

 

You might also like