କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌

ପ୍ରତିଯୋଗିତାରେ ଅାଜି ୧୩ଟି ଇଭେଣ୍ଟର ଫାଇନାଲ

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌ର ଅାଜି ଦ୍ୱିତୀୟ ଦିନ। ୨୦ କିଲୋମିଟର ଓ୍ୱାକିଂରେ ଚାମ୍ପିଅନ୍ ହୋଇଛନ୍ତି ଗଣପତି। ଏହି ଇଭେଣ୍ଟରେ ସୁବେଦାର ସନ୍ଦୀପ କୁମାର ରନର୍ ଅପ୍ ହୋଇଛନ୍ତି।ପ୍ରତିଯୋଗିତାରେ ଅାଜି ୧୩ଟି ଇଭେଣ୍ଟର ଫାଇନାଲ ଅଛି । ଯେଉଁଥିରେ ରହିଛନ୍ତି କିଛି ଓଡ଼ିଆ ଅାଥଲେଟ୍।

ଶହେ ମିଟର ହଡଲ୍ସରେ ପୂର୍ଣ୍ଣିମା ହେମ୍ରମ୍, ଲଙ୍ଗ ଜମ୍ପରେ ଅାଶିଷ ପାତ୍ର ଏବଂ ହାମର ଥ୍ରୋରେ ମଲୟ ପତିଙ୍କ ଉପରେ ରହିବ ନଜର। ଗତକାଲି ମହିଳା ଜାଭେଲିନରେ ଅଲ ଇଣ୍ଡିଅା ରେଲୱେର କ୍ରୀଡ଼ାବିତ୍‌ମାନେ ସବୁ  ମେଡାଲ ନେଇଥିଲେ।  ଶର୍ମିଳା କୁମାରୀଙ୍କୁ ମିଳିଥିଲା ସ୍ୱର୍ଣ୍ଣପଦକ। ପୁରୁଷ ୧୦ ହଜାର ମିଟର ଦୌଡ଼ ଇଭେଣ୍ଟରେ ଗୁଜରାଟର ମୁରଲି ଗୋବିତ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି।

ସେହିପରି ମହିଳା ୧୦ ହଜାର ମିଟର ଦୌଡ଼ ଇଭେଣ୍ଟରେ ଏଲ ସୁରିୟା ଚାମ୍ପିୟନ ହୋଇଛନ୍ତି।  ଏହି ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧୦ ହଜାର ଟଙ୍କା, ରୌପ୍ୟ ପଦକ ବିଜେତାଙ୍କୁ ସାଢେ ୭ ହଜାର ଓ ବ୍ରୋଞ୍ଜ ବିଜେତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ସରକାର ଘୋଷଣା କରିଛନ୍ତି।  ଅାସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଚାମ୍ପିୟନସିପ।

You might also like