ମେଡଭେଡେଭଙ୍କୁ ହରାଇ ଗ୍ରାଣ୍ଡସ୍ଲାମ୍ ଜିତିଲେ ନାଡାଲ୍

ୟୁଏସ୍ ଓପନ୍‌ରେ ନାଡାଲ୍‌ଙ୍କ ଆଉ ଏକ ରେକର୍ଡ

ୟୁଏସ୍ : ୟୁଏସ୍ ଓପନ୍‌ରେ ଆଉ ଏକ ରେକର୍ଡ ରଚିଲେ ରାଫେଲ୍ ନାଡାଲ୍। ଗତକାଲି ଖେଳାଯାଇଥିବା ୟୁଏସ୍ ଓପନ୍‌ର ଫାଇନାଲ୍ ମ୍ୟାଟ୍‌ରେ ରୁଷର ମେଡଭେଡେଭଙ୍କୁ ହରାଇ ନାଡ଼ାଲ ଉନ୍ନବିଂଶତମ ଟାଇଟାଲ୍ ଜିତିଛନ୍ତି।

ପୁରୁଷ ସିଙ୍ଗଲ୍ସରେ ମେଡଭେଡେଭଙ୍କୁ ୭-୫, ୬-୩, ୫-୭, ୪-୬, ୬-୪ ସେଟ୍‌ରେ ମାତ ଦେଇଛନ୍ତି। ଚଳିତ ଥର ୟୁଏସ୍ ଓପନ୍‌ରେ ଲଗାତାର ଭାବେ ୧୦ଟି ମ୍ୟାଚ୍ ଜିତିଛନ୍ତି ନାଡ଼ାଲ୍ ।  ଏହାସହ ଆଉ ଏକ ରେକର୍ଡକୁ ନିଜ ନାଁକୁ କରିଛନ୍ତି ନାଡାଲ୍। ୩୦ ବର୍ଷରୁ ଅଧିକ ବୟସ୍କ ପୁରୁଷ ବିଭାଗରେ ୫ଟି ଗ୍ରାଣ୍ଡ ସ୍ଲାମ୍ ଜିତିଛନ୍ତିଯ। ଏହି ଟାଇଟାଲ୍ ପରେ ନାଡାଲ୍ ରୋଜର୍ ଫେଡରରଙ୍କ ଠାରୁ ଆଉ ମାତ୍ର ଗୋଟିଏ ଗ୍ରାଣ୍ଡ ସ୍ଲାମ୍ ପଛରେ ରହିଛନ୍ତି।

You might also like