ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଚାମ୍ପିଅନ୍‌ ହେଲା ମୁମ୍ବାଇ ଇଣ୍ଡିଆନ୍ସ

ହାଇଦ୍ରାବାଦ: ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ଦ୍ୱାଦଶ ସିଜିନ୍‌ରେ ଚାମ୍ପିଅନ୍ ହୋଇଛି। ଏକ ରୋମାଞ୍ଚକର ଫାଇନାଲ୍‌ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧ ରନ୍‌ରେ ହରାଇ ରୋହିତ ଶର୍ମାଙ୍କ ମୁମ୍ବାଇ ଟିମ୍ ଚତୁର୍ଥ ଥର ପାଇଁ ଟାଇଟଲ୍‌ ଦଖଲ କରିଛି।

ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା। ୧୫୦ ରନ୍ ଟାର୍ଗେଟ୍‌ରେ ବ୍ୟାଟିଂ କରି ଚେନ୍ନାଇ ୧୪୮ ରନ୍ କରିପାରିଥିଲା। ଶେଷ ଓଭରରେ ଚେନ୍ନାଇକୁ ଜିତିବା ପାଇଁ ୯ ରନ୍ ଦରକାର ଥିବାବେଳେ ବୋଲର ଲାସିଥ୍ ମାଲିଙ୍ଗା କମାଲ କରିଥିଲେ। ମ୍ୟାଚ୍‌ର ଶେଷ ବଲ୍‌ରେ ଚେନ୍ନାଇ ଦରକାର କରୁଥିଲା ୨ ରନ୍। କିନ୍ତୁ ମାଲିଙ୍ଗା ସାର୍ଦ୍ଦୁଳ ଠାକୁରଙ୍କୁ ଏଲବିଡବ୍ଲ୍ୟୁ କରି ମୁମ୍ବାଇକୁ ରୋମାଞ୍ଚକର ବିଜୟ କରାଇଥିଲେ।

ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍‌ରା ତାଙ୍କ ୪ ଓଭର ସ୍ପେଲ୍‌ରେ ମାତ୍ର ୧୪ ରନ୍ ଦେଇ ୨ଟି ୱିକେଟ୍ ନେବା ସହ ମ୍ୟାନ୍ ଅଫ୍ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

କୋଲକାତା ନାଇଟ୍ ରାଇଡର୍ସର ଆନ୍ଦ୍ରେ ରସେଲ୍‌ଙ୍କୁ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ମିଳିଥିଲା। ଆଇପିଏଲ୍‌ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡି‌ଆନ୍ସକୁ ୨୦ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିଲା।

ଆହୁରି ପଢ଼ନ୍ତୁ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

You might also like