ଚେନ୍ନାଇକୁ ହରାଇଲା ମୁମ୍ବାଇ

ନୂଆଦିଲ୍ଲୀ: ଗତକାଲି ଆଇପିଏଲ୍‌ ମ୍ୟାଚ୍‌ରେ ଖେଳାଯାଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୪୬ ରନ୍‌ରେ ପରାସ୍ତ ହୋଇଛି।  ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୪ଟି ଓ୍ୱିକେଟ ହରାଇ ୧୫୫ରନ୍ କରିଥିଲା।  ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୬୭ରନ୍ କରିଥିଲେ।

ତେବେ ୧୫୬ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ୧୦୯ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା।  ମୁମ୍ବାଇ ପକ୍ଷରୁ ମାଲିଙ୍ଗା ସର୍ବାଧିକ ୪ଟି ଓ୍ୱିକେଟ୍‌ ଅକ୍ତିଆର କରିଥିଲେ।

ଆଜି ଆଇପିଏଲ୍‌ ମ୍ୟାଚ୍‌ରେ ଗୋଟିଏ ମ୍ୟାଚ ଖେଳାଯିବ। ରାଜସ୍ଥାନ ରୟାଲ୍ସ ଓ ସନ୍ ରାଇଜର୍ସ ହାଇଦ୍ରବାଦ ମଧ୍ୟରେ ଏହି ମୁକାବିଲା ହେବ।

ଆହୁରି ପଢ଼ନ୍ତୁ

You might also like