ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ଦୁବାଇ: ଚଳିତ ଆଇପିଏଲର ୩୬ ତମ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି।

ଏହି ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେପଞ୍ଜାବ ଅଧିନାୟକ କେ.ଏଲ୍‌ ରାହୁଲ ବୋଲିଂ ଭାର ସମ୍ଭାଳି ଥିଲେ।

ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୭୬ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଡି କକ୍‌ ୪୩ ବଲ୍‌ରେ ତିନୋଟି ଚୌକା ଏବଂ ତିନୋଟି ଛକା ସହ ସର୍ବାଧିକ ୫୩ ରନ୍‌ କରି ଜୋର୍ଡାନଙ୍କ ବଲରେ ଆଉଟ୍ ହେଇଥିଲେ। ସେହିପରି କୃନାଲ ପାଣ୍ଡ୍ୟା ୩୦ ବଲରେ ୩୪ ରନ୍‌ କରିଥିବା ବେଳେ ପୋଲାର୍ଡ ୧୨ ବଲ୍‌ରେ ୩୪ ରନ୍‌ କରି ଅପରାଜିତ ଥିଲେ। ଅଧିନାୟକ ରୋହିତ ବଡ଼ ରନ୍ କରିପାରି ନଥିଲେ। ସେ ୮ ବଲ୍‌ରେ ୯ ରନ୍‌ କରି ପାଭିଲିୟନ ଫେରିଥିଲେ।

ସେହିପରି ପଞ୍ଜାବ ପକ୍ଷରୁ ସାମି ୪ ଓଭରରେ ୩୦ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ। ତେବେ ଅର୍ଶଦୀପ ସିଂ ୪ ଓଭରରେ ୩୫ ରନ୍‌ ଦେଇ ଦୁଇଟି ୱିକେଟ୍ ନେଇଥିବା ବେଳେ ଜୋରାନ ଗୋଟିଏ ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

 

ଆହୁରି ପଢ଼ନ୍ତୁ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ମୁମ୍ବାଇକୁ ୧୧୫ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ

କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବଙ୍କୁ ହୃଦ୍‌ଘାତ; ଡାକ୍ତରଖାନାରେ ଭର୍ତ୍ତି

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

You might also like