‘କାହାକୁ କିଛି ନଜଣେଇ ଚୁପଚାପ ଅବସର ନେଇ ପାରନ୍ତି ଧୋନି’
ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ ପରେ ଆଉ କ୍ରିକେଟ ମୈଦାନରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିନାହିଁ। ଆସନ୍ତା ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥାଆନ୍ତା।
ଏସବୁ ଭିତରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଆଜି ଧୋନିଙ୍କ ଅବସର ନେଇ ବଡ଼ ବୟାନ ଦେଇଛନ୍ତି। ଗାଭାସ୍କର କହିଛନ୍ତି, “ଟିମ୍ ଇଣ୍ଡିଆର ଟି-୨୦ ସ୍କ୍ୱାଡ୍ରେ ମୁଁ ଧୋନିଙ୍କୁ ଦେଖିଲେ ବେଶ ଖୁସି ହେବି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏପରି ଘଟିବା ବେଶ କଷ୍ଟକର। କାରଣ ଟିମ୍ ଇଣ୍ଡିଆ ଆଗକୁ ବଢ଼ିଛି। ଧୋନି ଜଣେ ଏମିତି ବ୍ୟକ୍ତି ଯିଏ ବଡ଼ ଘୋଷଣା କରନ୍ତି ନାହିଁ। ତେଣୁ ସେ ଚୁପଚାପ ଓ ଧୀରେଧୀରେ କ୍ରିକେଟରୁ ଅବସର ନେଇଯାଇ ପାରନ୍ତି।”