ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ; କୋହଲିଙ୍କ ଟ୍ୱିଟ ଆଣିଲା ଟ୍ୱିଷ୍ଟ

ନୂଆଦିଲ୍ଲୀ : କ୍ରିକେଟରୁ ଅବସର ନେଇପାରନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ୨୦୧୯ ବିଶ୍ୱକପ୍‌ ପରେ କ୍ୟାପଟେନ କୁଲ୍ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିରାଟ କୋହଲିଙ୍କ ଟ୍ୱିଟ ଏଥିରେ ଟ୍ୱିଷ୍ଟ ଆଣିଛି। ଏହାକୁ କିନ୍ତୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଖଣ୍ଡନ କରିଛନ୍ତି।

ପ୍ରଥମ ଅଧିନାୟକ ଭାବେ ଆଇସିସିର ୩ଟି ଟ୍ରଫି ଜିତିବାରେ ସଫଳ ହୋଇଥିଲେ ଧୋନୀ।  ୨୦୦୭ରେ ଟି-୨୦ ବିଶ୍ୱକପ, ୨୦୧୧ରେ ଦିନିକିଆ ବିଶ୍ୱକପ ଓ ୨୦୧୩ରେ ଆଇସିସି ଚାମ୍ପିଆନ୍ସ ଟ୍ରଫି ହାତେଇବାରେ ସଫଳ ହୋଇଥିଲେ। ଏହାସହ ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆକୁ ଶୀର୍ଷ ସ୍ଥାନରେ ପହଞ୍ଚାଇଥିଲେ। ତେବେ ୨୦୦୭ରେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଧୋନୀଙ୍କ ନେତୃତ୍ୱାଧିନ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିବା ପରେ ତାଙ୍କୁ ତିନି ଫର୍ମାଟର ଦାୟିତ୍ୱ ଦିଆଯାଇଥିଲା।

୨୦୧୧ ବିଶ୍ୱକପରେ ମ୍ୟାନ ଅଫ ଦି ଫାଇନାଲ ହେବା ସହ ବିଜୟ ସୂଚକ ଛକା ଆଜିବି ଦର୍ଶକଙ୍କ ଆଖିରେ ନାଚିଉଠେ। ୨୦୦୪ରେ ଅନ୍ତର୍ଜାତିକ କ୍ୟାରିଆର ଆରମ୍ଭ କରିଥିବା ଧୋନୀ ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଛନ୍ତି। ଏହା ପୂର୍ବରୁ ୨୦୧୪ ଡିସେମ୍ବରରେ ଧୋନୀ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ଛାଡିବା ସହ ଲମ୍ବା ଫର୍ମାଟରୁ ଅବସର ନେଇଥିଲେ।

ଆହୁରି ପଢ଼ନ୍ତୁ

You might also like