ଆସନ୍ତା ୩୧ରେ ସେନାରେ ଯୋଗ ଦେବେ ଧୋନି

ନୂଆଦିଲ୍ଲୀ: ଆସନ୍ତା ୩୧ରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ସେନାରେ ଯୋଗ ଦେବେ। ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନି ଟେରିଟୋରିଆଲ୍ ଆର୍ମିର ୧୦୬ ପାରା ରେଜିମେଣ୍ଟ ବାଟାଲିୟନ୍ ପାଇଁ କାମ କରିବେ।

ଜୁଲାଇ ୩୧ରୁ ଅଗଷ୍ଟ ୧୫ ଯାଏ ସେ ସେନା ୟୁନିଟ୍ ସହ ରହିବେ। ଏହି ସମୟରେ ସେ କଶ୍ମୀରେ ମୁତୟନ ହୋଇଥିବା ଭିକ୍ଟୋର ଫୋର୍ସ ସହ ବିଭିନ୍ନ କାର୍ଯ୍ୟରେ ମୁତୟନ ରହିବେ। ମୁଖତଃ ପାଟ୍ରୋଲିଂ, ପହରା ଏବଂ ପୋଷ୍ଟ ଡ୍ୟୁଟିରେ ସେ ମୁତୟନ ରହିବେ।

ମହେନ୍ଦ୍ର ସିଂହ ଧୋନିଙ୍କୁ ଟେରିଟୋରିଆଲ୍ ଆର୍ମିରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ମିଳିଛି। ଗତ ସପ୍ତାହରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍‌ରେ ଧୋନି ନ ଖେଳିବା ନେଇ ଘୋଷଣା କରିଥିଲେ। ଏହାସହ ଏହି ସମୟରେ ସେ ସେନା ବାହିନୀ ସହ ରହିବେ ବୋଲି ସୂଚନା ଦେଇଥିଲେ।

You might also like