ହତ୍ୟା କରିବା ଠାରୁ ବି ବଡ଼ ଅପରାଧ ମ୍ୟାଚ୍‌ ଫିକ୍ସିଂ : ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଓ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଏମ୍‌ ଏସ୍‌ ଧୋନୀଙ୍କର ଅନେକ ପ୍ରଶଂସକ। ଜଣେ ୱିକେଟ୍‌ କିପର ଓ ବ୍ୟଟ୍ସମ୍ୟାନ୍‌ ଭାବେ ୧୫ ବର୍ଷ ହେବ ଭାରତୀୟ ଟିମ୍‌ରେ ଅଛନ୍ତି। ସେ ଅଧିନାୟକ ଥିବା ସମୟରେ ଭାରତୀୟ ଟିମ୍‌କୁ ଅନେକ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟ୍‌ ଜିତାଇଛନ୍ତି। ଏହାଛଡ଼ା ସେ ଆଇପିଏଲ୍‌ର ଚେନ୍ନାଇ ସୁପରକିଙ୍ଗ୍‌(ସିଏସ୍‌କେ)ର ବି ଅଧିନାୟକ ରହି ସାରିଛନ୍ତି।

ଧୋନୀଙ୍କ ଅଧିନାୟକତ୍ୱରେ ଏହି ଟିମ୍‌ ଭଲ ପ୍ରଦର୍ଶନ କରି ୩ ଥର ଚାମ୍ପିଅନ୍‌ ହୋଇଛି। ଆଉ ଏହି ଟିମ୍‌ର ନାଁ ମଧ୍ୟ ମ୍ୟାଚ୍‌ ଫିକ୍ସିଂରେ ଯୋଡି ହୋଇଯାଇଛି। ଫଳରେ ୨ ବର୍ଷ ପାଇଁ ଏହି ଟିମ୍‌କୁ ବ୍ୟାନ୍‌ କରାଯାଇଥିଲା।

ନିକଟରେ ହଟ୍‌ ଷ୍ଟାରରେ ଏହି ମ୍ୟାଚ୍‌ ଫିକ୍ସିଂକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ହେବାକୁ ଯାଉଛି। ଯେଉଁଥିରେ ଧୋନୀ ମ୍ୟାଚ୍‌ ଫିକ୍ସିଂ ବିଷୟରେ କହିବେ। କାର୍ଯ୍ୟକ୍ରମର ନାଁ ହେଉଛି ‘ରୋର୍‌ ଅଫ୍‌ ଦ ଲାୟନ୍‌।’’
ହଟ୍‌ଷ୍ଟାରର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଏହି ସ୍ପେଶାଲ୍‌ କାର୍ଯ୍ୟକ୍ରମର ୪୫ ସେକେଣ୍ଡ୍‌ର ଏକ ଟ୍ରେଲର ଜାରି କରାଯାଇଛି। ଟ୍ରେଲରେ ଧୋନୀ ନଜର ଆସିଛନ୍ତି। ଧୋନୀ କୁହନ୍ତି, ଯଦି ସେ ସବୁଠୁ ବଡ଼ ପାପ କିଛି କରନ୍ତି ତେବେ ତାହା କାହାକୁ ହତ୍ୟା କରିବା ନୁହେଁ ବରଂ ମ୍ୟାଚ୍ ଫିକ୍ସିଂ ହେବ।

ଧୋନୀ କହିଥିଲେ, ‘‘ଯେତେବେଳେ ଆଇପିଏଲ୍‌ରେ ମୋ ଉପରେ ବା ମୋ ଟିମ୍‌ ଉପରେ ମ୍ୟାଚ୍‌ ପିକ୍ସିଂର ଅଭିଯୋଗ ହୋଇଥିଲା ସେ ସମୟ ମୋ ପାଇଁ ଖୁବ୍‌ କଠିନ ଥିଲା।’’
ଏହାଛଡ଼ା ଭିଡିଓରେ ସେନ୍‌ ୱାଟ୍‌ସନ୍‌, ରବିନ୍ଦ୍ର ଜାଡେଜା, ସୁରେଶ ରାଇନା ବି ସାମିଲ୍‌ ଥିଲେ। ଟ୍ରେଲରରୁ ଯାହା ଜଣାପଡ଼ିଛି ଏହି ଶୋ’ରେ ମ୍ୟାଚ୍‌ ପିକ୍ସିଂ ଘଟଣା ସାମ୍ନାକୁ ଆଣିବାକୁ ପ୍ରୟାସ କରାଯାଇଛି। ଏହି ଶୋ’ ୨୦ ମାର୍ଚ୍ଚରେ ଆରମ୍ଭ ହେବ।

You might also like