ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଧୋନି

ନୂଆଦିଲ୍ଲୀ: ନାନା କଳ୍ପନା ଜଳ୍ପନାରୁ ଶେଷରେ ପରଦା ଉଠିଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନୀ। ଇନ୍‌ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଲେ ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ କୁଲ। ଆଜି ସ୍ୱାଧୀନତା ଦିବସରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କହିଲେ ମାହି। ଇନ୍‌ଷ୍ଟା ପୋଷ୍ଟରେ ସେ ଲେଖିଛନ୍ତି ”  ଆପଣଙ୍କ ସମର୍ଥନ ଓ ଭଲପାଇବା ପାଇଁ ବହୁତ ବହୁତ ଧନ୍ୟବାଦ।” ତେବେ ସେ କେଉଁ ଫର୍ମାଟ୍‌ରୁ ଅବସର ନେଲେ ସେ ବିଷୟରେ ମାହି କିଛି ସୂଚନା ଦେଇ ନାହାନ୍ତି।

ଏହା ପୂର୍ବରୁ ସେ ଟେଷ୍ଟ କ୍ରିକେଟରରୁ ସନ୍ୟାସ ଘୋଷଣା କରିସାରିଛନ୍ତି।୨୦୧୯ ବିଶ୍ୱକପ୍ ସେମିଫାଇନାଲ ପରଠୁ ଏପର୍ଯ୍ୟନ୍ତ ଧୋନି କୌଣସି ବି ମ୍ୟାଚ୍ ଖେଳିନଥିଲେ। ଧୋନିଙ୍କ ନେତୃତ୍ୱରେ ୨୦୦୭ରେ ଭାରତ ପ୍ରଥମ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇଥିଲା।

ତାଙ୍କ ଅବସର ନେଇ ଅନେକ ସମୟରେ ଅନେକ କଥା ଶୁଣିବାକୁ ମିଳୁଥିଲା। ବହୁ ବଡ଼ ବଡ଼ ଖେଳାଳି ତାଙ୍କ ଅବସର ନେଇ ନାନା ଅନୁମାନ ଲଗାଇଥିଲେ। କିନ୍ତୁ ଆଜି ହଠାତ୍ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି ଏହି କ୍ରିକେଟ୍‌ ମହାନାୟକ। ଅବସର ନେବା ପରେ ଅଗଣିତ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧୋନି।

ତେବେ ୟୁଏଇରେ ହେବାକୁ ଥିବା ଆଇପିଏଲ୍‌-୨୦୨୦ରେ ଧୋନି ଖେଳିପାରନ୍ତି ବୋଲି ଅନୁମାନ କରାଯାଉଛି। ସେ ଆଜି ସକାଳୁ ଚେନ୍ନାଇରେ ପହଞ୍ଚିଥିବାର ଦେଖିବାକୁ ମିଳିଛି। ୟୁଏଇ ଯିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ କ୍ୟାମ୍ପରେ ପହଞ୍ଚିଥିଲେ।

ଧୋନି ଏପର୍ଯ୍ୟନ୍ତ ମୋଟ ୯୦ ଟି ଟେଷ୍ଟ, ୩୫୦ଟି ଦିନିକିଆ ଓ ୯୮ ଟି-୨୦ ମ୍ୟାଚ୍ ଖେଳି ସାରିଛନ୍ତି। ସେ ଦିନିକଆରେ ୧୦୭୭୩ ଓ ଟେଷ୍ଟରେ ୪୮୭୬ ରନ୍‌ ସଂଗ୍ରହ କରିଛନ୍ତି।

ଆହୁରି ପଢ଼ନ୍ତୁ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଭାଇରାଲ ହେଲା କୋହଲିଙ୍କ ଡ୍ୟାନ୍ସ

You might also like