ହ୍ୟାପି ବାର୍ଥ ଡେ ମାହି; ‘ଧୋନିଙ୍କ ପ୍ରତିନିଧିତ୍ୱ ଶୈଳୀ ଶବ୍ଦରେ ପ୍ରକାଶ କରିହେବନି’

ନୂଆଦିଲ୍ଲୀ: ଜୁଲାଇ ୭ ତାରିଖ, ମାନେ ଆଜି ୩୯ ବର୍ଷରେ ପାଦ ଦେଲେ ଟିମ୍‌ ଇଣ୍ଡିଆରେ ପୂର୍ବତନ କ୍ୟାପ୍ଟେନ୍‌ ମହେନ୍ଦ୍ର ସିଂହ ଧୋନି। ବର୍ତ୍ତମାନ ସେ ଆଉ ପଡ଼ିଆରେ ବଡ଼ ହିଟ୍‌ ମାରୁ ନାହାଁନ୍ତି କି ପ୍ରତିପକ୍ଷକୁ ପରାଜିତ କରିବାକୁ ରଣନୀତି କରୁନାହାଁନ୍ତି। କିନ୍ତୁ ତଥାପି ସେ ତାଙ୍କ ଫ୍ୟାନ୍‌ଙ୍କ ହୃଦୟରେ ରାଜ୍ କରୁଛନ୍ତି ‘ମାହି ଦି କ୍ୟାପ୍ଟେନ୍‌ କୁଲ୍’‌ ଭାବେ।

ଆଜି ତାଙ୍କ ଜନ୍ମଦିନରେ ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ କରୁଛି  #HappyBirthdayMSDhoni । ତାଙ୍କର ହଜାର ହଜାର ଫ୍ୟାନ୍‌ ତାଙ୍କୁ ଜନ୍ମଦିନରେ ଶୁଭକାମନା ଜଣାଉଛନ୍ତି।

ପାକିସ୍ତାନ ପୂର୍ବତନ କ୍ୟାପ୍ଟେନ୍‌, ମୁଖ୍ୟ କୋଚ ତଥା କିମ୍ବଦନ୍ତି ପେସ୍ ବୋଲର ୱାକର ୟୁନିସ ମଧ୍ୟ ଧୋନିଙ୍କୁ ଜନ୍ମଦିନରେ ଶୁଭକାମନା ଜଣାଇଛନ୍ତି। ଏଥିସହିତ ଧୋନି ହାସଲ କରିଥିବା ସଫଳତା ପାଇଁ ଖୁବ୍ ପ୍ରଶଂସା କରିଛନ୍ତି ୱକାର।

ଧୋନିଙ୍କ ପ୍ରଶଂସାରେ ୱକାର କହିଛନ୍ତି “ଧୋନି ଜଣେ ଚମତ୍କାର କ୍ରିକେଟର, ତାଙ୍କର ପ୍ରତିନିଧିତ୍ୱ ଶୈଳୀ ଏତେ ସୁନ୍ଦର ଯେ ଶବ୍ଦରେ ପ୍ରକାଶ କରିହେବନି। ସେ ଜଣେ ଖୁବ୍‌ ଭଲ ଖେଳାଳି, ଭଲ ମଣିଷ ସହିତ ପରିସ୍ଥିତିକୁ ବୁଝିବାପାରୁଥିବା ଜଣେ ଭଲ ଅଧିନାୟକ ମଧ୍ୟ। ଅନ୍ତର୍ଜାତୀୟସ୍ତରରେ ଧୋନି ଏକମାତ୍ର କ୍ୟାପ୍ଟେନ୍‌ ଯିଏ ତିନିଟ ମୁଖ୍ୟ ଆଇସିସି ଟ୍ରଫି ଜିତିଛନ୍ତି।

୨୦୦୭ରେ ଟି୨୦ ବିଶ୍ୱକପ୍‌, ୨୦୧୧ରେ ବିଶ୍ୱକପ୍‌ ଓ ୨୦୧୩ ଚାମ୍ପିୟନ୍ସ ଟ୍ରଫି ହାତେଇଛନ୍ତି କ୍ୟାପ୍ଟେନ୍‌ କୁଲ। ଟିମ୍ ଇଣ୍ଡିଆକୁ ସୁଧାରିବାରେ ସୌରଭ ଗାଙ୍ଗୁଲି ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ ଧୋନି ତାକୁ ଜାରି ରଖିଥିଲେ ବୋଲି ୱକାର କହିଛନ୍ତି।

ବିସିସିଆଇ, ଚେନ୍ନାଇ ସୁପର କିଂ ଠାରୁ ଆରମ୍ଭ କରି, ସୁରେଶ ରୈନା, ଆକାଶ ଚୋପ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ କୈଫ୍, କୁଲ୍‌ଦୀପ ଯାଦବ, ଭିଭିଏସ୍‌ ଲକ୍ଷ୍ମଣ ଡ୍ୱେନ୍ ବ୍ରାଭୋଙ୍କ ଭଳି ବଡ଼ କ୍ରିକେଟ୍‌ ଷ୍ଟାର୍‌ ଧୋନିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

You might also like