ଢାକା: ବାଂଲାଦେଶର ପୂର୍ବତନ ଅଣ୍ଡର-୧୯ କ୍ରିକେଟର ମହମ୍ମଦ ସୋଜିବ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ୨୧ ବର୍ଷୀୟ ଏହି କ୍ରିକେଟର ଦୁର୍ଗାପୁରରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ଥିଲେ।

୨୦୧୭-୧୮ ଢାକା ପ୍ରିମିୟର ଲିଗ୍‌ରେ ସାଇନ୍‌ପୁକୁର କ୍ରିକେଟ୍‌ କ୍ଲବ୍‌ ପାଇଁ ସେ ଖେଳିଥିଲେ। ଏହାସହ ସେ ବାଂଲାଦେଶ ପାଇଁ ୩ଟି ୟୁଥ୍‌ ODIs ମଧ୍ୟ ଖେଳିଥିଲେ। ୨୦୧୮ ଅଣ୍ଡର-୧୯ ୱାର୍ଲଡ୍‌ କପ୍‌ରେ ସେ standby ଖେଳାଳିରେ ସାମିଲ ହୋଇଥିଲେ।

ମହମ୍ମଦ ସୋଜିବ ଜଣେ ଟ୍ୟାଲେଣ୍ଟ କ୍ରିକେଟର ଥିଲେ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡ ଡାଇରେକ୍ଟର ଖାଲିଦ ମହମୁଦ କହିଛନ୍ତି। ମହମ୍ମଦଙ୍କ ଆତ୍ମହତ୍ୟା ଘଟଣାକୁ ସେ ବିଶ୍ୱାସ କରି ପାରୁ ନାହାନ୍ତି ବୋଲି ଖାଲିଦ କହିଛନ୍ତି।

Other Stories