କରୋନାରେ ଜୀବନ ହାରିଲେ ‘ମିଷ୍ଟର ଇଣ୍ଡିଆ’ ତଥା ଚାମ୍ପିଅନ ବଡି ବିଲଡର ଜଗଦୀଶ  

୪ ଦିନ ସଂଘର୍ଷ ପରେ ଜୀବନ ନେଇଗଲା ମାହାମାରୀ,  କ୍ରୀଡା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ଜଗତରେ ଶୋକର ଛାୟା । ଅନ୍ତର୍ଜାତୀୟ ବଡ଼ି ବିଲଡର ଓ ମିଷ୍ଟର ଇଣ୍ଡିଆ ରହିସାରିଥିବା ଜଗଦୀଶ ଲାଡ଼ ଗତ ଶୁକ୍ରବାର ଦିନ ବଡୋଦରାର ଏକ ହସ୍ପିଟାଲରେ କରୋନା ଭାଇରସରେ ପୀଡିତ ହୋଇ ଜୀବନ ହାରିଛନ୍ତି । ମାତ୍ର ୩୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଏହି ଉଦୀୟମାନ ଖେଳାଳି । ପାଖାପାଖି ୪ ଦିନ ପର୍ଯ୍ୟନ୍ତ କରୋନା ସହ ଯୁଦ୍ଧ କରିବା ପରେ ମାହାମାରୀ ତାଙ୍କ ଜୀବନ ନେଇଯାଇଛି । ସବୁ ବାଧାବିଘ୍ନକୁ  ଲଂଘି ଇଂଟରନ୍ୟାସନାଲ ବଡିବିଲଡିଂରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଜଗଦୀଶ । ତାଙ୍କର ହସହସ ଚେହେରା ସବୁଦିନ ପାଇଁ ଦର୍ଶକଙ୍କୁ ମନେ ରହିବ ।

କରୋନା ସଂକ୍ରମିତ ହେବା ପରେ ଜଗଦୀଶଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା   ହେଲେ ଦୁର୍ଭାଗ୍ୟର ବିଷୟ କରୋନା ଯୁଦ୍ଧ ଜିତି ପାରିଲେନି ଜଗଦୀଶ, ଅତି ଅଳ୍ପ ବୟସରେ ଚାଲିଗଲେ  । ଜଗଦୀଶ ମୂଳ ରୂପରେ ମହାରାଷ୍ଟ୍ରର ସଙ୍ଗୋଲି ଜିଲ୍ଲାର କୁଣ୍ଡଳୀ ଗାଁର ବାସିନ୍ଦା । କିନ୍ତୁ କିଛି ବର୍ଷ ପୂର୍ବରୁ ଉଚ୍ଚ ଲକ୍ଷ୍ୟ ନେଇ ସେ ମୁମ୍ବାଇର ବଡୋଦରାକୁ ଚାଲି ଯାଇଥିଲେ । ଆଉ ସେଠାରେ ଜିମ ଆରମ୍ଭ କରିଥିଲେ । ତାଙ୍କର ଗୋଟିଏ କୁନି ଝିଅ ଅଛି ।  ବଡି ବିଲଲଡିଂରେ ୯୦ କିଲୋଗ୍ରାମ ବର୍ଗରେ ମହାରାଷ୍ଟ୍ରର ପ୍ରତିନିଧିତ୍ୱ କରୁଥିବା ଜଗଦୀଶ ଖୁବ ମେଳାପୀ ଥିଲେ । ପାଖାପାଖି ୧୫ ବର୍ଷ ପର୍ଯ୍ୟନ୍ତ ଜଣେ ପେଶାଦାର ଖେଳାଳି ରୂପରେ ନିଜର କ୍ୟାରିୟର ଗଢ଼ିଥିଲେ ।

ଜଗଦୀଶ ବିଶ୍ୱ ଚାମ୍ପିଅନସିପରେ ରଜତ ପଦକ ଓ ମିଣ୍ଡିଆ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ସହ ସେ ମହାରାଷ୍ଟ୍ରର ରାଜ୍ୟ ସ୍ତରରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଜଗଦୀଶ ଲାଡ଼ ଅନେକ ରାଷ୍ଟ୍ରିୟ ଓ ଅନ୍ତରାଷ୍ଟ୍ରିୟ ପ୍ରତିଯୋଗିତାରେ ମହାରାଷ୍ଟ୍ର ଓ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ସବୁବେଳେ ହସ ହସ ରହୁଥିବା ମଣିଷ ଜଣକଙ୍କର ଅଚାନକ ଦେହାନ୍ତ ପରେ ସାରା ଦେଶରେ ଶୋକର ଛାୟା ଖେଳାଯାଇଛି ।

You might also like