• translate
Minati Mishra

ଦୁବାଇ: ଆଇପିଏଲ ୨୦୨୦ର ଆଜି ଫାଇନାଲ୍‌ । ଫାଇନାଲରେ ପରସ୍ପରକୁ ଭେଟିବେ ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals)। ଦୀର୍ଘ ୫୨ ଦିନ ଧରି କ୍ରିକେଟ ଫିଲ୍‌ଡରେ ଚାଲିଥିବା ଆଇପିଏଲ ମହାସମର ଆଜି ଶେଷ ହେବାକୁ ଯାଉଛି।

ଆଇପିଏଲ୍‌ର ସବୁଠାରୁ ସଫଳ କ୍ୟାପ୍‌ଟେନ ରୋହିତ ଶର୍ମା ଟାଇଟଲ୍‌ ହାତେଇବା ଲକ୍ଷ୍ୟରେ ଅଛନ୍ତି। ଦିଲ୍ଲୀ ଗତ ୧୨ ଥର ପଛରେ ପଡିବା ପରେ ଏଥର ପ୍ରଥମ ଥର ପାଇଁ ଫାଇନାଲ୍‌ରେ ପହଞ୍ଚି ପାରିଛି। ପ୍ରଥମଥର ପାଇଁ ସବୁଠାରୁ ଶକ୍ତିଶାଳୀ ୨ଟିମ୍‌ ମୁହାଁମୁହିଁ ହେବେ। ଏଠି ମନେ ପକେଇ ଦେବାକୁ ଚାହିଁବୁ, ମୁମ୍ବାଇ ୧୫ଟି ମ୍ୟାଚ୍‌ରୁ ୧୦ଟି ଏବଂ ଦିଲ୍ଲୀ ୧୬ ମ୍ୟାଚ୍‌ରୁ ୯ଟି ମ୍ୟାଚ୍‌ ଜିତିଛି।
ତେବେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଖେଳ ଆରମ୍ଭରୁ ନିଜର ଉତ୍ତମ ପ୍ରଦର୍ଶନ ଜାରି ରଖି ଆସିଛନ୍ତି। ମୁମ୍ବାଇ ଟିମ୍‌ ୧୩୦ ଛକା ହାସଲ କରିଥିବାବେଳେ ଦିଲ୍ଲୀ ୮୪ ଛକ୍କା ହାତେଇବାରେ ସଫଳ ହୋଇଛି।

ଅଷ୍ଟ୍ରେଲିଆ ଟିମ୍ ପାଇଁ ଦଳରେ ସାମିଲ ହୋଇ ପାରି ନ ଥିବା ଦୁଃଖକୁ ଭୁଲି ସୂର୍ଯ୍ୟ କୁମାର ଯାଦବ ଯେପରି ପ୍ରଦର୍ଶନ କରୁଛନ୍ତି ତାହା ପ୍ରଶଂସନୀୟ। ବର୍ତ୍ତମାନ ସୁଦ୍ଧା ସେ ୬୦ ଚୌକା ଏବଂ ୧୦ ଛକା ହାତେଇ ସାରିଲେଣି। ଦିଲ୍ଲୀର ବୋଲର କାଗିସୋ ରବାଡା ଏବଂ ଏନ୍‌ରିଚ୍ ନାର୍ଖିଆ ଏହି ଦୁହିଁଙ୍କଠାରୁ ପାର ପାଇଗଲେ ବି ଦୁଇ ପାଣ୍ଡ୍ୟାଙ୍କୁ ସାମ୍ନା କରିବା ସହଜ ନୁହେଁ। ଦୁହେଁ ଜବରଦସ୍ତ ଫର୍ମରେ ଅଛନ୍ତି।

ଦୁଇ ଟିମ୍‌ର ସ୍ଥିତି

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମ (କ୍ୟାପ୍‌ଟେନ), ଆଦିତ୍ୟ ତାରେ, ଅନମୋଲପ୍ରୀତ୍‌ ସିଂହ, ଅନୁକୁଳ ରାୟ, କ୍ରିସ୍‌ ଲିନ୍‌, ଧବଲ କୁଲକର୍ଣ୍ଣି, ଦିଗ୍‌ବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ, ଜେମ୍ସ ପିଟିନ୍‌ସନ, ଜସପ୍ରିତ୍‌ ବୁମରାହ, ଜୟନ୍ତ ଯାଦବ, କିରୋନ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମିଶେଲ ମେକଲେନଗନ୍‌, ମୋହସିନ ଖାନ୍‌, ନାଥନ କୁଲ୍ଟର-ନାଇଲ, ପ୍ରିନ୍ସ ବଲ୍‌ବନ୍ତ ରାୟ, କ୍ୱିଂଟନ ଡିକାକ୍‌, ରାହୁଲ ଚାହର, ସୌରଭ ତିୱାରୀ, ଶେରଫେନ୍‌ ରଦରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, ଟ୍ରେଂଟ ବୋଲ୍‌ଟ।

ଦିଲ୍ଲୀ କ୍ୟାପିଟାଲ୍ସ: ଶ୍ରେୟସ ଅୟର (କ୍ୟାପ୍‌ଟେନ), କେଗିସୋ ରବାଡା, ମାର୍କସ ଷ୍ଟୋଇନିସ୍‌, ସନ୍ଦିପ ଲାମିଛାନେ, ଇଶାନ୍ତ ଶର୍ମା, ଅଞ୍ଜିକ୍ୟ ରହାଣେ, ରବିଚନ୍ଦ୍ରନ ଅଶ୍ୱିନ, ଶିଖର ଧବନ, ଶିମରୋନ ହେଟମାୟର, ଏଲେକ୍ସ କେରୀ, ମୋହିତ ଶର୍ମା, ପୃଥ୍ୱୀ ଶା, ଲଳିତ ଯାଦବ, ଅବେଶ ଖାନ୍‌, ଅକ୍ଷର ପଟେଲ, ତୁଷାର ଦେଶପାଣ୍ଡେ, ଋଷବ ପନ୍ତ, ହର୍ଷଲ ପଟେଲ, କୀମୋ ପାଲ, ଅମିତ୍‌ ମିଶ୍ରା, ଏନରିଚ୍‌ ନାର୍ଖିୟା, ଡାନିଏଲ ସେମ୍‌ସ।

Other Stories