ମେଲ୍‌ବୋର୍ଣ୍ଣ ଟେଷ୍ଟ: ୪୪୩ ରନ୍‌ରେ ପାଳି ଘୋଷଣା କଲା ଭାରତ

ମେଲ୍‌ବୋର୍ଣ୍ଣ: ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ ଟେଷ୍ଟରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୪୩୫ରନରେ ଆଗୁଆ ରହିଛି।

ଆଜି ଟିମଇଣ୍ଡିଆ ୨୧୫ରନରୁ ଖେଳ ଆରମ୍ଭ କରି ୪୪୩ ରନ୍‌ରେ ପାଳି ଘୋଷଣା କରିଛି। ଦଳ ପକ୍ଷରୁ ଗତକାଲି ୬୬ରନ୍‌ରେ ଅପରାଜିତ ଥିବା ପୂଜାରା ଆଜି ଶତକ ହାସଲ କରିଛନ୍ତି।

ଏଥିସହ ପୂଜାରା ନିଜ ଟେଷ୍ଟ କ୍ୟାରିଅରର୍‌ ୧୭ ତମ ଶତକ ହାସଲ କରିଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମା ଅର୍ଦ୍ଧଶତକ କରିଛନ୍ତି। ଗତକାଲି ଡେବ୍ୟୁ ଟେଷ୍ଟରେ ଓପନର ମୟଙ୍କ ଅଗ୍ରୱାଲ୍ ଅର୍ଦ୍ଧଶତକ ହାସଲ କରିଛନ୍ତି।  ଅଷ୍ଟ୍ରେଲିଆ ପକ୍ଷରୁ ମାର୍କସ ହ୍ୟାରିସ ୫ରନ ଓ ଆରୋନ ଫିଞ୍ଚ ୩ରନ କରି ଅପରାଜିତ ଅଛନ୍ତି।

 

You might also like