ବକ୍ସର ମେରି କମ୍‌ଙ୍କ ବିଶ୍ୱ ରେକର୍ଡ

ପ୍ରଥମ ମହିଳା ଭାବେ ୬ଟି ବିଶ୍ୱ ଚାମ୍ପିୟନସିପ୍ ଟାଇଟଲ୍ ଜିତିଲେ ମେରି

ନୂଅାଦିଲ୍ଲୀ : ବକ୍ସର ମେରି କମ୍‌ଙ୍କ ବିଶ୍ୱରେକ଼ର୍ଡ। ପ୍ରଥମ ମହିଳା ଭାବେ ୬ଟି ବିଶ୍ୱ ଚାମ୍ପିୟନସିପ୍ ଟାଇଟଲ୍ ଜିତି ଏହି ସଫଳତା ହାସଲ କରିଛନ୍ତି ୩୫ ବର୍ଷୀୟା ମେରି କମ୍। ନୂଅାଦିଲ୍ଲୀରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନ୍ସିପ୍‌ର ୪୮ କିଲୋଗ୍ରାମ୍ ଫାଇନାଲରେ ମେରି ତାଙ୍କ ଠାରୁ ୧୩ ବର୍ଷ ସାନ ୟୁକ୍ରେନ୍‌ର ହେନା ଓଖୋଟାଙ୍କୁ ଏକତରଫା ଭାବେ ୫-୦ରେ ପରାସ୍ତ କରିଛନ୍ତି।

୮ ବର୍ଷ ପରେ ମେରି ବିଶ୍ୱ ଚାମ୍ପିୟନସିପ୍‌ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି।୨୦୦୧ରେ ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ପାଇଥିବା ମେରି ୨୦୦୨, ୨୦୦୫, ୨୦୦୬, ୨୦୦୮ ଓ ୨୦୧୦ରେ ଓ୍ୱାର୍ଲଡ ଟାଇଟଲ ହାସଲ କରିଥିଲେ। ସେ ଅାୟର୍‌ଲାଣ୍ଡର କେଟି ଟେଲରଙ୍କ ୫ମ ଓ୍ୱାର୍ଲଡ ଚାମ୍ପିୟନସିପ୍‌ର ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ସେହିଭଳି ମେରି କ୍ୟୁବାର ପୁରୁଷ ବକ୍ସର ଫେଲିକ୍ସ ସେଭନଙ୍କ ଷଷ୍ଠ ବିଶ୍ୱ ଟାଇଟଲ ରେକର୍ଡର ସମକକ୍ଷ ହୋଇଛନ୍ତି। ମେରି ତାଙ୍କ ଏହି ଟାଇଟଲକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି। ବିଶ୍ୱ ଚାମ୍ପିୟନ୍ସିପ୍ ଜିତିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି।

You might also like