ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ୍ ଗେମ୍‌ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ପୁରୁଷ ୮ଶହ ମିଟର ଦୌଡ଼ରେ ମଂଜିତ୍ ସିଂହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧ ମିନିଟ ୪୬.୩୫ ସେକେଣ୍ଡରେ ଏହି ଦୂରତ୍ୱ ଅତିକ୍ରମ କରି ଭାରତକୁ ସଫଳତା ଦେଇଛନ୍ତି। ଏହି ଇଭେଣ୍ଟରେ ଅନ୍ୟତମ ଭାରତୀୟ ଧାବକ ଜିନ୍ସନ୍ ଜନ୍ସନ୍ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି।

ଅନ୍ୟପଟେ ଏସିଆନ୍ ଗେମ୍ସରେ ଭାରତକୁ ତୀରନ୍ଦାଜୀରେ ସଫଳତା ମିଳିଛି। ତୀରନ୍ଦାଜର କମ୍ପାଉଣ୍ଡ ଇଭେଣ୍ଟରେ ଉଭୟ ପୁରୁଷ ଓ ମହିଳା ଟିମ୍‌କୁ ରୌପ୍ୟ ପଦକ ମିଳିଛି।

ବ୍ୟାଡମିଣ୍ଟନ୍ ଫାଇନାଲରେ ହାରି ପି.ଭି. ସିନ୍ଧଙ୍କୁ ରୌପ୍ୟରେ ହିଁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫାଇନାଲରେ ସେ ବିଶ୍ୱ ନମ୍ବର ୱାନ୍ ତାଇଓ୍ୱାନର ତାଇ ଜୁଙ୍କ ଠାରୁ ପରାସ୍ତ ହୋଇଛନ୍ତି।

You might also like