ବିରାଟ୍‌ଙ୍କଠାରୁ ଫାଷ୍ଟ୍; ଗାଙ୍ଗୁଲି ଓ ସିଦ୍ଧୁଙ୍କୁ ବି ପଛରେ ପକାଇଲେ ସ୍ମୃତି

ଆଣ୍ଟିଗୁଆ: ଆହତରୁ ଫେରି ଭାରତୀୟ ମହିଳା ଟିମ୍‌ ପାଇଁ ମ୍ୟାଚ୍‌ ୱିନିଂ ଇନିଂସ ଖେଳିଥିବା ସ୍ମୃତି ମନ୍ଧାନା ଏବେ ଟିମ୍‌ ଇଣ୍ଡିଆ ପୁରୁଷ ଟିମ୍‌ର ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ପଛରେ ପକାଇଛନ୍ତି।

Image result for smriti mandhana

ବୁଧବାର ରାତିରେ ମନ୍ଧାନା ୱେଷ୍ଟଇଣ୍ଡିଜ୍‌ ବିକ୍ଷରେ ତାଙ୍କ ଦିନିକିଆ କ୍ୟାରିୟରର ୨୦୦୦ ହଜାର ରନ୍‌ ପୂରଣ କରିଛନ୍ତି। ସେ ଏପରି ଦ୍ରୁତ ୨୦୦୦ ରନ୍‌ ସଂଗ୍ରହ କରିବାରେ ବିଶ୍ୱର ୩ୟ ମହିଳା କ୍ରିକେଟର ହୋଇଛନ୍ତି। ସେହିପରି ଦ୍ୱିତୀୟ ଭାରତୀୟ କ୍ରକେଟର(ଉଭୟ ପୁରୁଷ ଓ ମହିଳା) ଭାବେ ମନ୍ଧାନା ଦ୍ରୁତତମ ୨୦୦୦ ରନ୍‌ ସଂଗ୍ରହ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି।

ପୂର୍ବରୁ ପୁରୁଷ ଟିମ୍‌ର ଶିଖର ଧୱନ ପ୍ରଥମ ଭାରତୀୟ କ୍ରିକେଟର ଭାବେ ୪୮ଟି ଇନିଂସ୍‌ରେ ୨୦୦୦ ରନ୍‌ ସଂଗ୍ରହ କରିଥିଲେ। ଏବେ ମନ୍ଧାନା ୫୧ଟି ଇନିଂସ୍‌ରେ ଦିନିକିଆ କ୍ୟାରିୟରରେ ୨ହଜାର ରନ୍‌ ପୂରଣ କରିଛନ୍ତି।

ବିରାଟ୍‌ କୋହଲି ୫୩ଟି, ସୌରଭ ଗାଙ୍ଗୁଲି ୫୨ଟି ଓ ସିଦ୍ଧୁ ୫୨ଟି ଇନିଂସରେ ସେମାନଙ୍କ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୨ ହଜାର ରନ୍‌ ପୂରଣ କରିଥିଲେ। ପୁରୁଷ ବର୍ଗରେ ଦକ୍ଷିଣ ଆଫ୍ରିକାର ହାସମ ଅମଲା ମାତ୍ର ୪୦ଟି ଇନିଂସ୍‌ରେ ୨ ହଜାର ରନ୍‌ ସଂଗ୍ରହ କରି ଦ୍ରୁତତମ ବ୍ୟାଟସ୍‌ମ୍ୟାନ ଭାବେ ରେକର୍ଡକୁ ନିଜ ନାଁରେ କରିଛନ୍ତି।

ମହିଳା ବର୍ଗରେ ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ବେଲିଣ୍ଡା କ୍ଲାର୍କ ୪୫ଟି ଇନିଂସରେ ୨ ହଜାର ରନ୍‌ ସଂଗ୍ରହ କରିଥିଲେ। ଏବେ ଅଷ୍ଟ୍ରେଲିଆ ପାଇଁ ଖେଳୁଥିବା ମେଗ ଲାନ୍ନିଂ ମଧ୍ୟ ୪୫ଟି ଇନିଂସରେ ତାଙ୍କ ଦିନିକିଆ କ୍ୟାରିୟରର ୨୦୦୦ ରନ୍‌ ପୂରଣ କରିଥିଲେ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ମନ୍ଧାନା ୬୩ ବଲରେ ୭୪ ରନ୍‌ର ଇନିଂସ ଖେଳିଥିଲେ।

ଆହୁରି ପଢ଼ନ୍ତୁ

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଆଜି IPL ମହାସମର: ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ

ଭାରତୀୟ ଟେଷ୍ଟ ଦଳରେ ସାମିଲ ହେଲେ ରୋହିତ୍, ଫେରିଆସିବେ ବିରାଟ !

୧୯୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

You might also like