ଲକ୍‌ଡାଉନ୍‌ରେ ଧୋନିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ବିଶ୍ୱକପ୍‌ ୨୦୧୯ ପରେ କ୍ରିକେଟ୍‌ ଠାରୁ ଦୂରେଇ ରହିଥିବା ଧୋନିଙ୍କ ପ୍ରଂଶସକମାନେ ଭାବିଥିଲେ, ଚଳିତ ଆଇପିଏଲ୍‌ରେ ଧୋନି ପୁଣିଥରେ କ୍ରିକେଟ୍‌କୁ ଫେରିବେ। ବିସ୍ଫୋରକ ପାଳି ଖେଳିବା ସହିତ ତାଙ୍କ କ୍ୟାପ୍ଟେନ୍‌ସିପ୍‌ରେ ଦର୍ଶକଙ୍କୁ ବାନ୍ଧି ରଖିବେ। କିନ୍ତୁ ଅବଶୋଷ ତାହା ହେଲାନି। କରୋନା ଭାଇରସ୍‌ ପାଇଁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେବଳ ଆଇପିଏଲ୍‌ ନୁହେଁ, କୌଣସି ମ୍ୟାଚ୍‌ ହେଉନି।

ଏହି ସମୟରେ ଅନେକ କ୍ରିକେଟ୍‌ ଖେଳାଳି ସୋସିଆଲ୍ ମିଡିଆରେ ଫ୍ୟାନ୍‌ଙ୍କ ସମ୍ମୁଖକୁ ଆସୁଛନ୍ତି। ହେଲେ ଅନେକ ସମୟରେ ମିଡିଆରୁ ଖବରରୁ ଦୂରେଇ ରହୁଥିବା କ୍ୟାପ୍ଟେନ୍‌ କୁଲ୍‌ ଧୋନିଙ୍କର କିନ୍ତୁ ଦେଖା ଦର୍ଶନ ନଥିଲା। ତେବେ ଅନେକ ଦିନ ପରେ ଧୋନି ସୋସିଆଲ୍‌ ମିଡିଆ ମାଧ୍ୟମରେ ଫ୍ୟାନ୍‌ଙ୍କ ସାମ୍ନାକୁ ଆସିଛନ୍ତି। ତେବେ ଏହି ଲକ୍‌ଡାଉନ୍‌ରେ ଧୋନିଙ୍କ ଚେହେରା କିନ୍ତୁ‌ ବଦଳିଯାଇଛି।

ଶୁକ୍ରବାର ଠାରୁ ଧୋନିଙ୍କର ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓରେ ଧୋନୀ ଏକ ଢିଲା ଟି-ସାର୍ଟ ପିନ୍ଧିଥିବାର ଦେଖାଯାଉଛି। ମୁହଁରେ ଧଳା ଦାଢ଼ି ମଧ୍ୟ ଉଠିଛି। ଲକ୍‌ଡାଉନ୍‌ ସମୟରେ ଧୋନି ଝିଅ ଜିଭାଙ୍କ ସହ ବଗିଚାରେ ଖେଳୁଥିବାରୁ ଦେଖାଯାଉଛି।

 

View this post on Instagram

 

#runninglife post sunset !

A post shared by ZIVA SINGH DHONI (@ziva_singh_dhoni) on

ତେବେ ସୋସିଆଲ୍‌ ମିଡିଆରେ ଏହି ଫଟୋ ଭାଇରାଲ୍‌ ହେବା ପରେ ଫ୍ୟାନ୍‌ମାନଙ୍କଠାରୁ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।  କାହାକୁ ଧୋନିଙ୍କୁ ଲୁକ୍ ପସନ୍ଦ ଆସୁଥିବା ବେଳେ କିଏ ପ୍ରିୟ କ୍ରିକେଟର୍‌ଙ୍କ ଏ ବେଶ ଦେଖି ନାରାଜ ହେଉଛନ୍ତି।

ଚଳିତ ଥର ଆଇପିଏଲ୍‌ର ୧୩ ତମ ସଂସ୍କରଣରେ ଧୋନି ଚେନ୍ନାଇ ସୁପର କିଂ ଦଳର ଅଧିନାୟକ ହୋଇଥାନ୍ତେ ବୋଲି ଚର୍ଚ୍ଚା ହେଉଥିଲା। ଏହି ମ୍ୟାଚ୍ ପ୍ରଥମେ ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ କରୋନା ଭାଇରସ୍‌ ପାଇଁ ଏହାକୁ ଏପ୍ରିଲ୍‌ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। କିନ୍ତୁ ପରେ ସ୍ଥିତି ଜଟିଳ ହେବାରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିବାରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଫଳରେ ଧୋନିଙ୍କ କ୍ରିକେଟ୍‌ ଦୁନିଆକୁ ଫେରିବା ନେଇ ଆଶା ମଉଳି ଯାଉଥିବା କୁହାଯାଉଛି। ଅନ୍ୟପଟେ ଅନ୍ତର୍ଜାତୀୟ କ୍ରିକେଟ୍ ଦୁନିଆରୁ ଧୋନି ସନ୍ୟାସ ନେବା ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ଶୁଣିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ

You might also like