ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବାଂଲାଦେଶ କ୍ରିକେଟରଙ୍କ ପତ୍ନୀ ଆହତ

ଢାକା: ଗ୍ୟାସ ସିଲିଣ୍ଡର ଫାଟିବା ଯୋଗୁ ବାଂଲାଦେଶ କ୍ରିକେଟର ଲିଟନ ଦାସଙ୍କ ପତ୍ନୀ ଦେବଶ୍ରୀ ବିଶ୍ୱାସ ସଞ୍ଚିତା ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଶୁକ୍ରବାର ଦିନ ଦେବଶ୍ରୀ ଚା’ ପ୍ରସ୍ତୁତ କରିବା ପାଇଁ ରୋଷଇ ଘରକୁ ଯାଇଥିଲେ। ଏହି ସମୟରେ ସେ ଯେତେବେଳେ ଗ୍ୟାସ ଚୁଲ୍ଲା ଅନ କରିଥିଲେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଏଥିରେ ତାଙ୍କର ଡାହାଣ ହାତ ଜଳି ଯାଇଛି।

ଏହି ଘଟଣାକୁ ନେଇ ଦେବଶ୍ରୀ କହିଛନ୍ତି, ଏହି ଦୁର୍ଘଟଣାକୁ ମୁଁ କେବେବି ମୋ ଜୀବନରେ ଏତେ ଶୀଘ୍ର ଭୁଲି ପାରିବି ନାହିଁ। କାହିଁକି ନା ମୁଁ ମୃତ୍ୟୁର ବହୁତ ପାଖରେ ପହଞ୍ଚି ଯାଇଥିଲି। ମୁଁ ଚା’ ପ୍ରସ୍ତୁତ କରିବା ପାଇଁ ରୋଷଇ ଘରକୁ ଯାଇଥିଲି। ଏହି ସମୟରେ ଯେତେବେଳେ ଗ୍ୟାସ ଚୁଲ୍ଲା ଅନ କରିଥିଲି ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା। ଏହି ସମୟରେ ମୁଁ ମୋର ଡାହାଣ ହାତକୁ ସଙ୍ଗେସଙ୍ଗେ ମୁହଁରେ ରଖି ଦେଇଥିଲି। ଫଳରେ ମୁହଁକୁ ଏଥିରୁ ରକ୍ଷା କରିପାରିଥିଲି। ସୌଭାଗ୍ୟବଶତଃ ମୋ ଜୀବନ ବଞ୍ଚି ଯାଇଥିଲା।

2019 ବିଶ୍ୱ କପ ପରେ କ୍ରିକେଟର ଲିଟନ ଦାସ, ଦେବଶ୍ରୀ ବିଶ୍ୱାସଙ୍କୁ ବିବାହ କରିଥିଲେ।

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like