ହକି ବିଶ୍ୱକପ: ଅତିଥିଙ୍କୁ ମଦରେ ଆପ୍ୟାୟିତ କରିବେ ରାଜ୍ୟ ସରକାର, ଫାଇଦାର ଦୁରୂପଯୋଗ ସନ୍ଦେହ

ଅବକାରୀ କମିଶନଙ୍କ ଅନୁମତି ଲୋଡ଼ିଲା କ୍ରୀଡ଼ା ବିଭାଗ

ଭୁବନେଶ୍ୱର: ନଭେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ବିଶ୍ୱକପରେ ଅତିଥିଙ୍କୁ ମଦରେ ଆପ୍ୟାୟିତ କରିବେ ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅନ୍ତର୍ଜାତୀୟ ଅତିଥି, ଅଫିସିଆଲ, ଗଣମାଧ୍ୟମ ପ୍ରତିନିଧି ଓ ଖେଳାଳିମାନେ ଏହି ସୁବିଧା ପାଇବେ । ଏନେଇ କ୍ରୀଡ଼ା ବିଭାଗ ଅବକାରୀ କମିଶନଙ୍କ ଅନୁମତି ଲୋଡିଛି । ତେବେ ଏହା କେବଳ ଭିଆଇପି ଲାଉଞ୍ଜରେ ସୀମିତ ରହିବ ନା ଅନ୍ୟମାନେ ବି ଏହାର ଦୁରୁପଯୋଗ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ। ଏଭଳି ହେଲେ କୌଣସି ଅପ୍ରୀତିକର ପରିସ୍ଥିତିକୁ  ଏଡ଼ାଇବା କାଠିକର ପାଠ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । Kalinga-Stadium-Hockey

ହକିର ସର୍ବବୃହତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ବିଶ୍ୱକପ୍  ନଭେମ୍ବର ମାସରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏହି ଅବସରରେ ବିଦେଶୀ ଟିମ୍ ସହ ସେମାନଙ୍କ ଅଫିସିଆଲ, ଗଣମାଧ୍ୟମ ପ୍ରତିନିଧି ଓ ଖେଳ ଦେଖିବାକୁ ବହୁସଂଖ୍ୟାରେ ବିଦେଶୀ ଅତିଥି ଆସିବା ସମ୍ଭାବନା ରହିଛି । ସେମାନଙ୍କୁ ଅନ୍ତର୍ଜାତୀୟସ୍ତରର ଆତିଥ୍ୟ ଦେବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଉଛି । ତେବେ ଭିଆଇପି ଲାଉଞ୍ଜରେ ମଦ ପରିବେଷଣ ଲାଗି ଅନୁମତି ଦେବା ଲାଗି କ୍ରୀଡ଼ା ବିଭାଗ ଅବକାରୀ କମିଶନଙ୍କ ଅନୁମତି ମାଗିବାକୁ ନେଇ ସୃଷ୍ଟି ହୋଇଛି ଭ୍ରୁକୁଞ୍ଚନ ।  ଏହି ଅନୁମତିର ଅପବ୍ୟବହାର ହେବ ନାହିଁ ତ? କାରଣ ଯଦି ନିର୍ଦ୍ଧାରିତ ବ୍ୟକ୍ତିବିଶେଷଙ୍କ ଛଡ଼ା ଆଉ କେହି ଏଭଳି ଅନୁମତିରୁ ମନ୍ଦ ଫାଇଦା ଉଠାବାକୁ ଚେଷ୍ଟା କରନ୍ତି, ସେମାନଙ୍କୁ ରୋକିବ କିଏ ? ତେବେ ବାହାର ଅତିଥିଙ୍କୁ ଯାହା ଯାହା ଆବଶ୍ୟକ ଆୟୋଜନ କମିଟିକୁ ସେସବୁ ପ୍ରତି ଧ୍ୟାନ ଦେବାକୁ ପଡିବ ବୋଲି ଅନ୍ତର୍ଜାତୀୟ ଖେଳାଳି ମତ ଦେଇଛନ୍ତି ।

ଅଲିମ୍ପିକ୍ସ ଓ ଫିଫା ବିଶ୍ୱକପ୍ ସମେତ ଅନ୍ୟ ବଡ଼ ଟୁର୍ଣ୍ଣାମେଣ୍ଟରେ ଅତିଥିଙ୍କ ଲାଗି ଏଭଳି ବ୍ୟବସ୍ଥା କରାଯାଇଥାଏ ସେଦୃଷ୍ଟିରୁ ଏହାକୁ ନେଇ ଆପତ୍ତି ଉଠାଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ସାମ୍ବାଦିକ ।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like