ସଚିନ୍ ତେନ୍ଦୁଲକରଙ୍କୁ କରୋନା
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ନେଇ ନିଜେ ସଚିନ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସାମାନ୍ୟ ଲକ୍ଷଣ ସହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସେ କହିଛନ୍ତି। ତେବେ ଘରର ଅନ୍ୟ ସଦସ୍ୟମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ସଚିନ୍ କହିଛନ୍ତି। ବର୍ତ୍ତମାନ ସେ ଘରେ କ୍ୱାରେଣ୍ଟିନ୍ରେ ଅଛନ୍ତି।
ପ୍ରୋଟୋକଲ ସବୁ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରୁଥିବା ସଚିନ୍ ତେନ୍ଦୁଲକର କହିଛନ୍ତି।
— Sachin Tendulkar (@sachin_rt) March 27, 2021