ଭାରତ-ନ୍ୟୁଜିଲ୍ୟାଣ୍ଡ ୫ମ ଟି-୨୦ ମ୍ୟାଚ୍‌: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ମାଉଣ୍ଟ ମାଉଙ୍ଗାନୁଇ: ଭାରତ ଏବଂ ଘରୋଇ ଦଳ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜି ୫ମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌। ସିରିଜର ଅନ୍ତିମ ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଅଧିନାୟକ ବିରାଟ କୋହଲିଙ୍କୁ ଏହି ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିବା ବେଳେ ଦଳର ନେତୃତ୍ୱ ନେଇଛନ୍ତି ରୋହିତ ଶର୍ମା। ସେହିପରି ପୂର୍ବ ୪ଟି ମ୍ୟାଚ୍‌ର ସଫଳତାକୁ ଆଧାର କରି ଅନ୍ତିମ ମ୍ୟାଚ୍‌ ଜିତି ଭାରତ ବିଦେଶୀ ମାଟିରେ କ୍ଲିନ୍‌ ସୁଇପ କରିବ ବୋଲି ଲକ୍ଷ୍ୟ ରଖିଛି।

୨୦୦୮ରେ ନ୍ୟୁଜିଲ୍ୟାଣ୍ଡ୍ ଘରୋଇ ମାଟିରେ ଇଂଲଣ୍ଡ ନିକଟରୁ ୦-୨ରେ ପରାସ୍ତ ହୋଇଥିଲା। ଯଦି ଭାରତ ଏହି ସିରିଜ୍ ୫-୦ରେ ପୋଛି ନିଏ, ତା’ହେଲେ ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନକୁ ଉଠିବ। ଟି-୨୦ ରାଙ୍କିଙ୍ଗରେ ପାକିସ୍ତାନ ନମ୍ବର ୧ ସ୍ଥାନରେ ରହିଥିବା ବେଳେ ଏହା ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ରହିଛି।

ବର୍ତ୍ତମାନ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୦ରେ ଆଗୁଆ ରହିଛି। ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତ ରନ୍ ଚେଜ୍ କରି ବିଜୟୀ ହୋଇଥିଲା। କିନ୍ତୁ ତୃତୀୟ ଓ ଚତୁର୍ଥ ମ୍ୟାଚର ଫଳାଫଳ ସୁପର୍ ଓଭର ଦ୍ୱାରା ନିର୍ଦ୍ଧାରିତ ହୋଇଥିଲା। ୨୦୧୯ ବିଶ୍ୱକପ୍ ଫାଇନାଲକୁ ମିଶାଇ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ତିନିଥର ସୁପର୍ ଓଭର ଖେଳି ସାରିଲାଣି, କିନ୍ତୁ ସବୁଥିରେ ଦଳ ପରାଜୟର ମୁହଁ ଦେଖିଛି।

You might also like