ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ କଲେ କୁଲଦୀପ

ରାଜକୋଟ୍‌: ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଲେ ଟିମ୍ ଇଣ୍ଡିଆର ସ୍ପିନର୍ କୁଲଦୀପ ଯାଦବ। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ରାଜୋକଟରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଏହି ରେକର୍ଡ କରିଛନ୍ତି କୁଲ୍‌ଦୀପ।

ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଦୁଇଟି ହ୍ୟାଟ୍ରିକ୍ ନେବାରେ ଗୌରବ ଅର୍ଜନ କରିଥିଲେ। ଆଉ ଏବେ ତୃତୀୟ ଭାରତୀୟ ବୋଲର ଭାବେ ଦ୍ରୁତ ୧୦୦ ୱିକେଟ୍ ଦଖଲ କରିଛନ୍ତି। କୁଲଦୀପ ଅଷ୍ଟ୍ରେଲିଆ ଇନିଂସର ୩୮ତମ ଓଭରରେ ଆଲେକ୍ସ କ୍ୟାରୀଙ୍କ ୱିକେଟ୍ ନେଇ କ୍ୟାରିୟରର ଶତକ ୱିକେଟ୍ ପୂରଣ କରିଛନ୍ତି।

ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ଶାମି ୫୬ ମ୍ୟାଚରେ ଏହି କାରନାମା କରିଥିବା ବେଳେ ଯଶପ୍ରୀତ ବୁମ୍ରା ୧୦୦ ୱିକେଟ୍ ନେବା ପାଇଁ ୫୭ ମ୍ୟାଚର ସହାୟତା ନେଇଥିଲେ। ଓଭରଅଲ୍ ଦେଖିବାକୁ ଗଲେ ଆଫଗାନିସ୍ତାନ ସ୍ପିନର୍ ରଶିଦ୍ ଖାଦ୍ ଦ୍ରୁତ ୧୦୦ ୱିକେଟ୍ ଅକ୍ତିଆର କରିଛନ୍ତି। ସେ ମାତ୍ର ୪୪ ମ୍ୟାଚରେ ଏହି କୀର୍ତ୍ତିମାନ କରିଛନ୍ତି। ତେବେ କୁଲଦୀପ ୫୮ ଦିନିକିଆରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।

You might also like