ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ଆବୁଧାବି: ଚଳିତ ଆଇପିଏଲର ୩୫ ତମ ମ୍ୟାଚ୍‌କୁ କୋଲକାତା ନାଇଟ୍‌ ରାଇଡର ଜିତି ନେଇଛି। ମ୍ୟାଚ୍‌ଟି ଏକ ପ୍ରକାରର ରୋମାଞ୍ଚକର ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ରନ୍‌ର ପିଛା କରି ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ହାଇଦ୍ରାବାଦ ମଧ୍ୟ ୧୬୩ ରନ୍‌ କରିଥିଲା। ତେବେ ମ୍ୟାଚ୍‌ ସୁପର ଓଭର ଆଡ଼କୁ ଯାଇଥିଲା।

ଗୋଟିଏ ଓଭରର ଏହି ସୁପର ଓଭର ମ୍ୟାଚ୍‌ରେ ପ୍ରଥମେ ହାଇଦ୍ରାବାଦ ଖେଳିଥିଲା। କିନ୍ତୁ ଦଳ ପ୍ରଥମ ବଲ୍‌ରେ ୱାର୍ଣ୍ଣରଙ୍କୁ ହରାଇଥିଲା। ଦଳ ବାକି ୫ଟି ବଲ୍‌ରେ ମାତ୍ର ତିନି ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟ ପକ୍ଷେ କୋଲକାତା ଏହି ମ୍ୟାଚ୍‌କୁ ସହଜରେ ଜିତି ନେଇଥିଲା।

କୋଲକାତା ପକ୍ଷରୁ ଶୁଭମ୍‌ ଗିଲ୍‌ ୩୭ ବଲ୍‌ରେ ସର୍ବାଧିକର ୩୬ ରନ୍‌ କରି ରସିଦ୍‌ ଖାନଙ୍କ ବଲରେ ଆଉଟ୍ ହେଇଥିଲେ। ଅଧିନାୟକ ମର୍ଗାନ ୨୩ ବଲରେ ୩୪ ରନ୍‌ କରିଥିବା ବେଳେ ନୀତିଶ ରାଣା ୨୯ କରିଥିଲେ ଏବଂ କାର୍ତ୍ତିକ ୨୯ ରନ୍‌ କରି ଅପରାଜିତ ଥିଲେ।

ଆହୁରି ପଢ଼ନ୍ତୁ

ସିରିଜ୍‌ ଆରମ୍ଭରୁ ହାରିଲା ଭାରତ; ୧୦ ରନ୍‌ ପାଇଁ ଶତକରୁ ବଞ୍ଚିତ ହେଲେ ପାଣ୍ଡ୍ୟା

କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

You might also like