ଆଇପିଏଲ୍‌ ମହାସମର: ରାଜସ୍ଥାନକୁ ୨୫ ରନ୍‌ରେ ହରାଇଲା କୋଲକାତା

ନୂଆଦିଲ୍ଲୀ: ଆଇପିଏଲ୍-୧୧ରୁ ବାଦ୍ ପଡ଼ିଲା ରାଜସ୍ଥାନ ରୟାଲ୍ସ।  ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଏଲିମିନେଟରରେ ରାଜସ୍ଥାନକୁ ୨୫ ରନ୍‌ରେ ହରାଇ ମ୍ୟାଚ୍ ହାତେଇ ନେଇଛି କୋଲକାତା ନାଇଟ୍ ରାଇଡର୍ସ।

କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ଓ୍ୱିକେଟ୍ ହରାଇ ୧୬୯ ରନ୍ ହାସଲ କରିଥିଲା। ଅଧିନାୟକ ଦିନେଶ କାର୍ତ୍ତିକଙ୍କ ୫୨ ଓ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍‌ଙ୍କ ୪୯ ରନ ବଳରେ ରାଜସ୍ଥାନ ଆଗରେ ୧୭୦ ରନ୍‌ର ଟାର୍ଗେଟ ରଖିଥିଲା କୋଲକାତା।

ତେବେ ଏହି ବିଜୟ ଲକ୍ଷକୁ ପିଛା କରି ୨୦ ଓଭରରେ ମାତ୍ର ୧୪୪ ରନ୍ ସଂଗ୍ରହ କରିପାରିଥିଲା ରାଜସ୍ଥାନ ରୟାଲ୍ସ। ସଞ୍ଜୁ ସାମ୍‌ସନ୍‌ଙ୍କ ଅର୍ଦ୍ଧଶତକ ଓ ଅଧିନାୟକ ଆଜିଙ୍କ୍ୟା ରାହାଣେଙ୍କ ୪୬ ରନକୁ ଛାଡ଼ିଦେଲ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ବଡ଼ ସ୍କୋର ଖେଳି ପାରିନଥିଲେ।

ସେପଟେ ଦଳ ଅତ୍ୟଧିକ ରକ୍ଷଣାତ୍ମକ ଢଙ୍ଗରେ ବ୍ୟାଟିଂ କରିବାରୁ ହାତରେ ୬ଟି ଓ୍ୱିକେଟ୍ ଥାଇ ବି ବିଜୟ ଲକ୍ଷ ହାସଲ କରିପାରିନଥିଲା ରାଜସ୍ଥାନ ରୟାଲ୍ସ। କୋଲକତା ପକ୍ଷରୁ ରସେଲ୍‌ ମାପଚୁପ ବୋଲିଂ କରି ଦଳର ବିଜୟରେ ସହାୟକ ହୋଇଥିବାରୁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା

ସେପଟେ ଏହି ବିଜୟ ସହ ଆଇପିଏଲ ଫାଇନାଲର ନିକଟତର ହୋଇଛି କୋଲକାତା ନାଇଟ ରାଇଡର୍ସ।

ଆହୁରି ପଢ଼ନ୍ତୁ

ପୁଣି ଚମକିଲା ଦିଲ୍ଲୀ ବୋଲିଂ, ହାଇଦ୍ରାବାଦ ୧୬୨/୪

ଟସ୍ ଜିତିଲା ଦିଲ୍ଲୀ, ଫେରିଲେ ଈଶାନ୍ତ ଶର୍ମା

ମୁସଲିମ୍ କ୍ରିକେଟର୍‌ଙ୍କ ଉପରେ ଢାଳିଲେ ବିଅର୍, ଆଉ ତା’ ପରେ…

ମାତ୍ର ୧୦ ମ୍ୟାଚ୍‌ରେ ୧୫୩ ଛକା

ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

You might also like